କେନ୍ଦୁଝର,୩୧।୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ଗୋନାସିକାଠାରେ ବାରୁଣୀ ମେଳା ଗୁରୁବାର ଆରମ୍ଭ ହୋଇଛି। ଏହି ଅବସରରେ ଶତାଧିକ ଭକ୍ତ ଦେବକୁଣ୍ଡରେ ବୁଡ ପକାଇ ବ୍ରହ୍ମେଶ୍ୱର ମହେଶଙ୍କ ଦର୍ଶନ କରିଥିଲେ। ମହାଦେବଙ୍କ ଦର୍ଶନ ପାଇଁ ମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଗୋନାସିକାଠାରେ ତିନି ଦିନିଆ ମେଳା ଆରମ୍ଭ ହୋଇଛି। କରୋନା ସଂକ୍ରମଣ ଯୋଗୁ ବାହାର ରାଜ୍ୟର ଲୋକଙ୍କ ଉପରେ କଟକଣା କରାଯାଇଛି। କୋଭିଡ୍ ନିୟମ ଅନୁଯାୟୀ ମେଳା ପାଳନ କରାଯାଉଛି ବୋଲି କେନ୍ଦୁଝର ଉପଜିଲାପାଳ କହିଛନ୍ତି।