Categories: ଫୁରସତ

କୁକୁର ମୁହଁ ଭଳି ଦେଖାଯାଉଥିବା ବାଦୁଡ଼ି ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ, ୫।୭: ଏବେ ସୋସିଆଲ୍‌ ମିଡ଼ିଆରେ କୁକୁର ମୁହଁ ଥିବା ବାଦୁଡ଼ିର ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ କ୍ରିଷ୍ଟେନ ହୋଓ୍ବାର୍ଡଙ୍କ ଟୁଇଟର ଆକାଉଣ୍ଟରୁ ଶେୟାର କରାଯାଇଛି। ୟୁଜର ଏହାକୁ ଫ୍ରୁଟ୍‌ ବ୍ୟାଟ୍‌ କହି ନାନା ପ୍ରକାର ରୋଚକ ମନ୍ତବ୍ୟ ଦେଇଛନ୍ତି। ପ୍ରାଣୀ ବିଜ୍ଞାନୀ ଏହି ପ୍ରଜାତିର ବାଦୁଡ଼ିକୁ ବ୍ୟୁଟିକୋଫେରର୍ସ ଇପାୟୁଲେଟେଡ୍‌ ଫ୍ରୁଟ୍‌ ବ୍ୟାଟ୍‌ ବୋଲି କହିଛନ୍ତି। ଏହି ପ୍ରଜାତି ଫଳ ହିଁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। ଏହି ପ୍ରଜାତି ମୁଖ୍ୟତଃ ଆଫ୍ରିକାର ଆଇଭରି କୋଷ୍ଟ, ଘାନା, ଗୁଏନା, ଗୁଏନା ବିସାୟୁ, ଲାଇବେରିଆ, ନାଇଜେରିଆ, ସିଏରା ଲିଓନେ ଏବଂ ସେନେଗାଲ ଆଦି ଅଞ୍ଚଳରେ ଦେଖିବାକୁ ମିଳିଥାଏ। ସାଭାନ୍ନା ଅଞ୍ଚଳରେ ଏହି ପ୍ରଜାତି ବାସ କରିଥାନ୍ତି। ଏହି ଫଟୋ ୨୦୦୯ରେ ନିକୋଲୋସ ନାମକ ଫଟୋ ଗ୍ରାଫର ଉଠାଇଥିବା କୁହାଯାଉଛି। ଏହି ପ୍ରଜାତିର ବାଦୁଡ଼ି ଶରୀରର ବେକ, କାନ୍ଧ ଏବଂ ପେଟରେ ଧଳା ଲୋମ ଦେଖାଯାଇଥାଏ। କାନ ଦୁଇଟି ଲମ୍ବା। ଫଳରେ ଏହା ଦୂରକୁ କୁକୁର ମୁହଁ ଭଳି ଦେଖାଯାଇଥାଏ।

Share