Categories: ଖେଳ

ପ୍ରବଳ ରାଗିଗଲେ ଏହି ବ୍ୟାଟ୍ସମ୍ୟାନ୍‌, ଫିଙ୍ଗିଦେଲେ ହେଲ୍‌ମେଟ୍‌

ଚେନ୍ନାଇ,୧୫।୨: ଦୁନିଆର ଶ୍ରେଷ୍ଠ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆକ୍ରମଣାତ୍ମକ କ୍ରିକେଟର ଭାବେ ଜଣାଶୁଣା। ଷ୍ଟୋକ୍ସକୁ ପଡ଼ିଆ ଭିତରେ ଏବଂ ବାହାରେ ପ୍ରତିପକ୍ଷ ଖେଳାଳିଙ୍କ ସହ ଝଗଡା କରିବା ଦେଖାଯାଏ। ୨୯ ବର୍ଷୀୟ ଷ୍ଟୋକ୍ସ ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ଏମିତି ଆକ୍ରମଣତ୍ମକତା ଦେଖାଇଥିଲେ। ଭାରତୀୟ ଦଳ ପ୍ରଥମ ଇନିଂସରେ ୩୨୯ ରନ ସଂଗ୍ରହ କରିଥିଲା, ଏହାର ଜବାବରେ ଇଂଲଣ୍ଡ ଦଳ ମାତ୍ର ୧୩୪ ରନରେ ଅଲଆଉଟ୍‌ ହୋଇଥିଲା। ଚେନ୍ନାଇ ଟେଷ୍ଟରେ ସେ ନବମ ଥର ପାଇଁ ବେନ ଷ୍ଟୋକ୍ସ ଆର୍‌ ଅଶ୍ୱିନଙ୍କ ଶିକାର ହୋଇଥିଲେ। ଏହା ପରେ ଷ୍ଟୋକ୍ସ ଏତେ ରାଗିଯାଇଥିଲେ ଯେ, ପଡିଆରେ ନିଜ ହେଲମେଟ୍‌ ପିଙ୍ଗି ଦେଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଲୋକମାନେ ଷ୍ଟୋକ୍ସଙ୍କ ଏହି କାର୍ଯ୍ୟକୁ ଦୃଢ ନିନ୍ଦା କରୁଛନ୍ତି। ପ୍ରଥମ ଇନିଂସରେ ବେନ ଷ୍ଟୋକ୍ସ ମାତ୍ର ୧୮ ରନ ସଂଗ୍ରହ କରିଥିଲେ।

Share