ଆତଙ୍କବାଦୀ ଆକ୍ରମଣ ବନ୍ଦ ନ ହେଲେ ପାକିସ୍ତାନ ସହ କ୍ରିକେଟ ମ୍ୟାଚ ହେବ ନାହିଁ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୫।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜଣେ ଡିଏପି ଶହୀଦ ହୋଇଛନ୍ତି। ତେବେ ଏନେଇ କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର ରାଜସ୍ଥାନର ଉଦୟପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ସୀମାରେ ଆତଙ୍କବାଦୀ ଆକ୍ରମଣ ବନ୍ଦ ନ କରିବ ସେ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ ନାହିଁ।

ଅନୁରାଗ କହିଛନ୍ତି, ବିସିସିଆଇ ବହୁ ପୂର୍ବରୁ ନିଷ୍ପତ୍ତି ନେଇଛି ଯେ ଯେପର୍ଯ୍ୟନ୍ତ ପାକିସ୍ତାନ ଭାରତର ସୀମାରେ ଆତଙ୍କବାଦ ଏବଂ ଅନୁପ୍ରବେଶ ବନ୍ଦ ନ କରିବ ସେପର୍ଯ୍ୟନ୍ତ ଦ୍ୱିପାକ୍ଷିକ କ୍ରିକେଟ ହେବ ନାହିଁ। ଦୁଇ ପଡୋଶୀ ଦେଶ ମଧ୍ୟରେ କୂଟନନୈତିକ ତିକ୍ତତା ବୃଦ୍ଧି ପାଇ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ମ୍ୟାଚ୍‌ ବର୍ଷ ବର୍ଷ ଧରି ସ୍ଥଗିତ ରହିଆସିଛି। ଦୁଇ ଟିମ୍‌ କେବଳ ଆଇସିସି ଓ ଏସିଆ କପ୍‌ରେ ମୁହାଁମୁହିଁ ହେଉଛନ୍ତି।

Share