Categories: ଖେଳ

ଟି-୧୦ ଫର୍ମାଟରେ ଆଇପିଏଲ୍-୨ ଯୋଜନା କରୁଛି ବିସିସିଆଇ, ଜାଣନ୍ତୁ କେବେ ଖେଳାଯିବ

ମୁମ୍ବାଇ,୧୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ସଫଳତା ପରେ ୨୦୨୪ ସୁଦ୍ଧା ଟାୟାର-୨ କ୍ରିକେଟ ଲିଗ୍ ଆୟୋଜନ କରିବାକୁ ଚିନ୍ତା କରୁଛି ବିସିସିଆଇ। ବିସିସିଆଇ ସଚିବ ଜୟ ଶାହା ପ୍ରସ୍ତାବିତ ଲିଗ୍ ପାଇଁ ଏକ ବ୍ଲୁ ପ୍ରିଣ୍ଟରେ ଉପରେ କାମ କରୁଛନ୍ତି ଏବଂ ସମ୍ଭାବ୍ୟ ପ୍ରଯୋଜକମାନଙ୍କ ସମେତ ଅନ୍ୟାନ୍ୟ ହିତାଧିକାରୀମାନେ ଏହି ଲିଗ୍ ପାଇଁ ଥିବା ସମ୍ଭାବନାକୁ ଅନୁଧ୍ୟାନ କରୁଛନ୍ତି।

ଭାରତୀୟ କ୍ରିକେଟର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ମଧ୍ୟରେ ଏହି ନୂତନ କ୍ରିକେଟ୍ ଲିଗ୍ ସ୍ଲଟ୍ କରିବାକୁ ବୋର୍ଡ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଏକ ଫାଙ୍କା ସମୟ ଦେଖୁଥିବା ସୂଚନା ମିଳିଛି।

୨୦୦୮ ରେ ଆଇପିଏଲ୍ ଆରମ୍ଭ ହେବା ପରେ ଏହାର ଦ୍ରୁତ ଫଟାଫଟ ଟି୨୦ ଫର୍ମାଟ୍ ସହିତ କ୍ରିକେଟ୍ ର ଲୋକପ୍ରିୟତାକୁ ବଢ଼ିଥିଲା। ଆଇପିଏଲ୍ ବିଶ୍ୱ ପ୍ରତିଭାକୁ ଭାରତ ଆଡକୁ ଆକର୍ଷିତ କରିଥିଲା, ଏକ ବିଶ୍ୱସ୍ତ ପ୍ରଶଂସକ ଭିତ୍ତିଭୂମି ସୃଷ୍ଟି କରିଥିଲା ​​ଏବଂ ପ୍ରାୟୋଜକ ତଥା ପ୍ରସାରଣ ଅଧିକାର ମାଧ୍ୟମରେ ବୋର୍ଡ ପାଇଁ ବିପୁଳ ରାଜସ୍ୱ ସୃଷ୍ଟି କରିଥିଲା। ଫଳରେ ଏହାର ସଫଳତା ଅନ୍ୟ ଦେଶମାନଙ୍କୁ ସମାନ ଲିଗ୍ ଆରମ୍ଭ କରିବାକୁ ଉତ୍ସାହିତ କରିଥିଲା, ଏବଂ ବର୍ତ୍ତମାନ ସମୟରେ ବିଶ୍ୱବ୍ୟାପୀ ଟି୨୦ ଫର୍ମାଟ୍ ଖେଳର ପ୍ରାଧାନ୍ୟ ବୃଦ୍ଧି କରିଥିଲା।

 

 

 

Share