Categories: ଫୁରସତ

ସୁରକ୍ଷାକର୍ମୀଙ୍କୁ ଫାଇଟର ପରି ଶକ୍ତ ଧକ୍କା ଦେଲା ଭାଲୁ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଦେଖିବାକୁ ମିଳେ। ଏଥିରୁ କିଛି ଭିଡିଓ ଖୁବ୍‌ ଆଶ୍ଚର୍ଯ୍ୟଜନକ ହୋଇଥାଏ। ଏବେ ଏକ ଭାଲୁର ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କଲରାଡୋର ସେଣ୍ଟ ରେଗିସ ଆସପେନ ରିସର୍ଟରେ ଘଟିଥିବା ଏହି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଭାଲୁ କିପରି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲା ତାହା ଦେଖିବାକୁ ମିଳିଛି। ଭିଡିଓରେ ଭାଲୁ ସିକ୍ୟୁରିଟି ଗାର୍ଡଙ୍କୁ ଜଣେ ଯୋଦ୍ଧାଙ୍କ ଭଳି ମୁଥ ମାରୁଛି।

ଏକ ରିପୋର୍ଟ ଅନୁଯାୟୀ, କଲରାଡୋ ପାର୍କ ଏବଂ ଓ୍ବାଇଲ୍ଡ ଲାଇଫ୍‌ ଏକ ବିବୃତ୍ତିରେ କହିଛି, ହୋଟେଲରେ ଭାଲୁ ଦେଖିବା ଖବର ପାଇବା ପରେ ସୁରକ୍ଷାକର୍ମୀ ରୋଷେଇ ଘରକୁ ଯାଇ ଭାଲୁକୁ ସାମ୍ନା କରିଥିଲେ। ଏହି ସମୟରେ ଭାଲୁ ପଛଗୋଡ଼ରେ ଠିଆ ହୋଇ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲା। ଭାଲୁ ଗାର୍ଡଙ୍କୁ ଖୁବ୍‌ ଜୋର୍‌ରେ ଠେଲି ଦେଇଥିଲା। ଯାହା ଫଳରେ ସେ ତଳେ ପଡ଼ିଯାଇଥିଲେ।

ଭାଲୁ ଆକ୍ରମଣରେ ସୁରକ୍ଷାକର୍ମୀ ଯଦିଓ ଗୁରୁତର ହୋଇନାହାନ୍ତି ତଥାପି ସେ ତଳେ ପଡ଼ିଯାଇଥିଲେ। ସେ ଭାଲୁଠାରୁ ନିଜ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ। ସେ ତୁରନ୍ତ ୯୧୧କୁ ଫୋନ କରିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କ ପିଠିରେ ଲାଗିଥିବା ଆଘାତର ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

ଯେତେବେଳେ ବନ୍ୟପ୍ରାଣୀ ଅଧିକାରୀମାନେ ଏହି ଘଟଣା ବିଷୟରେ ଜାଣିଲେ, ସେମାନେ ଭାଲୁକୁ ଖୋଜିଥିଲେ। ତା’ ପରଦିନ ସକାଳେ ସେମାନେ ଭାଲୁ ବିଷୟରେ ଜାଣିବାକୁ ପାଇଲେ। ଲୋକେ ହିଁ ଭାଲୁକୁ ମାରି ଦେଇଥିଲେ।

Share