ନୂଆପଡ଼ା ଅଫିସ,୧୬।୭: ନୂଆପଡ଼ା ଜିଲାରେ ଭାଲୁ ଆତଙ୍କ ଥମିବାର ନାଁ ନେଉନାହିଁ। ଦିନକୁ ଦିନ ଭାଲୁ ସହର ମୁହାଁ ହେଉଥିବାରୁ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ସନ୍ଧ୍ୟା ହେଲେ ସହର ଭିତରେ ପ୍ରବେଶ କରୁଛି ଭାଲୁ।
ଗତ ବୁଧବାର ଭାଲୁ ଜିଲାପାଳଙ୍କ ସରକାରୀ ବାସଭବନ ପରିସରରେ ପଶି ଦୀର୍ଘ ୧୫ ଘଣ୍ଟା ଧରି ଉତ୍ପାତ କରିଥିଲା। ସମାନ ଘଟଣା ଘଟିଛି ଶୁକ୍ରବାର ରାତି ସାଢ଼େ ୯ଟାରେ। ଭାଲୁ ପୁଣି ଥରେ ଜିଲାପାଳଙ୍କ ସରକାରୀ ବାସଭବନରେ ପଶିଯାଇଛି। ଖବର ପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚତ୍ ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି। ରାତିରେ ଭାଲୁକୁ ଯନ୍ତାରେ ପକାଇ ଧରିବାକୁ ଚେଷ୍ଟା କରାଯିବ ବୋଲି ଫରେଷ୍ଟର ଦିପ୍ତିମାନ ପଣ୍ଡା କହିଛନ୍ତି ।