କାଳିଝାଟି କେନାଲରେ ଆହତ ଭାଲୁ, ଜଗିଛି ବନବିଭାଗ

ସଜନାଗଡ଼, ୩୦।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର ପାଦଦେଶର କାଳିଝାଟି ଖାଣ୍ଡିଆହୁଡ଼ି କେନାଲ ନିକଟରେ ଏକ ବିରାଟକାୟ ଭାଲୁ ଆହତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି । ଭାଲୁକୁ କେହି ଶିକାରୀ ଆହତ କରିଥିବା ଶୁଣିବାକୁ ମିଳୁଛି। ବନବିଭାଗ କର୍ମଚାରୀ ଆହତ ଭାଲୁକୁ ଜଗି ରହିଛନ୍ତି। ଭାଲୁଟିର ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ସେ ଚାଲି ପାରୁ ନାହିଁ। ବନବିଭାଗ ଆହତ ଭାଲୁକୁ ଉଦ୍ଧାର କରି ଚିକିତ୍ସା କରିଛି।