ରାତିହେଲେ ସହର ଭିତରକୁ ଆସୁଥିଲା ଭାଲୁ , ଜିଲାପାଳଙ୍କ ବାସଭବନ ପରିସରରୁ ପଡ଼ିଲା ଧରା

ନୂଆପଡ଼ା ଅଫିସ,୧୮।୭: ନୂଆପଡ଼ା ବନ ବିଭାଗର କିଛିଦିନ ହେବ ନିଦ ହଜାଇ ଦେଇଥିବା ଏକ ଭାଲୁ ଶେଷରେ ଧରାପଡ଼ିଛି। ରବିବାର ଭାଲୁଟିକୁ ଜିଲାପାଳଙ୍କ ବାସଭବନ ପରିସରରୁ ଧରା ଯାଇଛି। ରାତି ହେଲେ ନୂଆପଡ଼ା ସହର ଭିତରକୁ କିଛିଦିନ ହେବ ଏହି ଭାଲୁ ପଶି ଆସୁଥିଲା। ଏପରିକି ସେ ଜିଲାପାଳଙ୍କ ସରକାରୀ ବାସଭବନ ପରିସରରେ ପଶି ଯାଉଥିଲା।
ଭାଲୁଟିର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ନଜର ରଖିଥିଲା। ଶନିବାର ରାତିରେ ଭାଲୁଟି ପୁଣି ସହର ମଧ୍ୟକୁ ଆସିଥିଲା। ବହୁ ବୁଲାବୁଲି ପରେ ଶେଷରେ ଜିଲାପାଳଙ୍କ ସରକାରୀ ବାସଭବନ ପରିସରରେ ପଶିଥିଲା। ସେଠାରେ ବନ ବିଭାଗ ପକ୍ଷରୁ ବସା ଯାଇଥିବା ଯନ୍ତାରେ ପଡ଼ିଥିଲା। ଭାଲୁଟିକୁ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି। ତାକୁ ସୁନାବେଡ଼ା ଅଭୟାରଣ୍ୟରେ ଛଡ଼ାଯିବ ବୋଲି ଜଣାପଡିଛି।