ରୁକ୍‌ ନା ନେହି ହୈ’ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ନୂତନ ଅଭିଯାନ ‘ରୁକ୍‌ ନା ନେହି ହୈ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପ୍ୟାରିସ୍‌ ଅଲିମ୍ପିକ୍‌-୨୦୨୪ ଗେମ୍‌ ଆରମ୍ଭ ହେବା ପୂର୍ବରୁ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏହି ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି। ଏହି ନୂତନ ଟେଲିଭିଜନ କମର୍ସିଆଲ (ଟିଭିସି) ଫିଲ୍ମ ବୃହତ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଥିବା କ୍ରୀଡ଼ାବିତ୍‌ଙ୍କ ମାନସିକତାକୁ ପ୍ରତିଫଳିତ କରାଯାଇଛି। ସେହିଭଳି ଡିଜିଟାଲ୍‌ ଫର୍ମାଟ୍‌ ପାଇଁ ଏକ ଲମ୍ବା ଏବଂ ଟିଭି ପାଇଁ ଏହାର ଛୋଟ ଭର୍ସନକୁ ମଧ୍ୟ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଓଗିଲ୍‌ଭି ପକ୍ଷରୁ ଏହି ସିନେମାକୁ ପରିକଳ୍ପନା କରାଯାଇଥିବାବେଳେ ଗୁଡ୍‌ମର୍ନିଂ ଫିଲ୍ମସ୍‌ର ଶଶାଙ୍କ ଚର୍ତୁବେଦୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏପରିକି ବଲିଉଡ୍‌ ଅଭିିନେତା ଅଜୟ ଦେବଗନ୍‌ ଏଥିପାଇଁ ସ୍ବର ଦେଇଛନ୍ତି। ସେହିପରି ଅଲିମ୍ପିକ୍‌ରେ ଖେଳାଯାଉଥିବା ବିଭିନ୍ନ କ୍ରୀଡ଼ା ଶୃଙ୍ଖଳାର କ୍ରୀଡ଼ାବିତ ଯଥା ନୀରଜ ଚୋପ୍ରା, ନିଶାନ୍ତ ଦେବ, ପ୍ରୀତି ପାୱାର, ମନୁ ଭାକର, ମନିକା ବାତ୍ରା ଓ ମହମ୍ମଦ ଅନାସଙ୍କୁ ମଧ୍ୟ ଉକ୍ତ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଅଭିଯାନ ପ୍ୟାରିସ୍‌ ଅଲିମ୍ପିକ୍‌-୨୦୨୪ ପାଇଁ ଭାରତୀୟ ଅଲିମ୍ପିକ୍‌ ସଂଘ ସହ ଜେଏସ୍‌ଡବ୍ଲ୍ୟୁର ସହଭାଗିତାକୁ ମଧ୍ୟ ପାଳନ କରୁଛି। ଏ ସମ୍ପର୍କରେ ଜେଏସ୍‌ଡବ୍ଲ୍ୟୁ ସ୍ପୋର୍ଟସ୍‌ର ପ୍ରତିଷ୍ଠାତା ପାର୍ଥ ଜିନ୍ଦଲ କହିଛନ୍ତି, ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଏହି ନୂତନ ଅଭିଯାନ ରୁକ୍‌ ନା ନେହି ବର୍ତ୍ତମାନ ତୃତୀୟ ଅଲିମ୍ପିକ୍‌ ଗେମ୍‌ରେ ପ୍ରବେଶ କରିଛି ଏବଂ ଏହା କେବଳ ଏକ ସ୍ଲୋଗାନ୍‌ଠାରୁ ଆଗକୁ ବଢ଼ି ଏକ ଆବେଗ ଓ ବିଶ୍ୱାସରେ ପରିଣତ ହୋଇଛି, ଯାହା ଭାରତୀୟ ଟିମ୍‌ ଓ ଆମେ ସମସ୍ତେ ପ୍ୟାରିସ୍‌ ଅଲିମ୍ପିକ୍‌କୁ ନେଇଯିବା। ଏହି ସିନେମା କ୍ରୀଡ଼ାବିତମାନଙ୍କ ନିରବଚ୍ଛିନ୍ନ ଅନୁସନ୍ଧାନର ଭାବକୁ ତୋଳି ଧରିଛି। ଆମ ପାଇଁ ସେମାନେ ହେଉଛନ୍ତି ଚାମ୍ପିୟନ୍‌। ମୁଁ ନିଶ୍ଚିତ ଯେ ଏହି ସିନେମା ପ୍ୟାରିସ୍‌ରେ ଏବଂ ଗେମ୍‌ର ଏହି ଯାତ୍ରାରେ କ୍ରୀଡ଼ାବିତମାନଙ୍କୁ ସମର୍ଥନ କରୁଥିବା ପ୍ରତିଟି ଭାରତୀୟଙ୍କୁ ଅନୁପ୍ରାଣିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri