ଶ୍ରୀମନ୍ଦିର ଖୋଲିବା ଦାବିରେ ବାଜିଲା ଘଣ୍ଟ

ପୁରୀ ଅଫିସ,୨୮।୧୦: ମହାମାରୀ କରୋନା ପାଇଁ ଦୀର୍ଘ ୭ ମାସରୁ ଊର୍ଦ୍ଧ୍ୱ ହେଲାଣି ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟ ମନ୍ଦିରଗୁଡ଼ିକୁ ଭକ୍ତଙ୍କୁ ଛଡାଯାଉ ନାହିଁ। ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ଏହାର ପ୍ରଭାବ ପଡିଛି ସେବାୟତ ଓ ପୂଜକଙ୍କ ଉପରେ। ସେମାନଙ୍କ ଚଳିବା କଷ୍ଟକର ହୋଇପଡିଛି। ତେଣୁ ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟ ଦେବାଦେବୀ ପୀଠ ତୁରନ୍ତ ଖୋଲିବା ଦାବିରେ ବୁଧବାର ଓଡ଼ିଶାର ବିଭିନ୍ନ ମନ୍ଦିର ଆଗରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଘଣ୍ଟ, ଘଣ୍ଟି ବଜାଯାଇଛି। ଶ୍ରୀମନ୍ଦିର ସମ୍ମୁଖରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ସମ୍ପାଦକ ସିଂହାରୀ ଆଲୋକ ଖୁଣ୍ଟିଆ ଘଣ୍ଟ ବଜାଇ ପ୍ରତିବାଦ କରିଛନ୍ତି। ରାଜ୍ୟର ପ୍ରାୟ ସବୁ ସ୍ବାଭାବିକ ହୋଇଯାଇବେଳେ ଭକ୍ତଙ୍କ ପାଇଁ ମନ୍ଦିର କାହିଁକି ବନ୍ଦ ରହିଛି ବୋଲି ଖୁଣ୍ଟିଆ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାରକାର୍ଡ ସାଜିଛି ବାଧକ: ସରକାରୀ ଯୋଜନାରୁ ବଞ୍ଚିତ ଅନେକ ପରିବାର

ଥୁଆମୂଳ ରାମପୁର,୨୪ା୩(ଦୁର୍ଗା କୀର୍ତ୍ତି): ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟେକ ଲୋକଙ୍କୁ ଆଧାର କାର୍ଡ କରିବା ନିହାତି ଭାବରେ ଆବଶ୍ୟକ କାହିଁକି ନା ଯେକୌଣସି ସରକାରୀ ଯୋଜନା...

ଆଜି ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୨୪ା୩(ସୂର୍ଯ୍ୟକାନ୍ତ ବେହେରା): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାରଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ନୂଆଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଛତିଶଗଡ ରାଜଧାନୀ ରାୟପୁରସ୍ଥିତ ସ୍ବାମୀ...

ସରକାରୀ କର୍ମଚାରୀଙ୍କ ପାଇଁ ସ୍ବାସ୍ଥ୍ୟବୀମା ଲାଗୁ ଦାବି

ଭୁବନେଶ୍ୱର,୨୪।୩(ବନ୍ଦନା ସେଠୀ): ରାଜ୍ୟ ସରକାର ଓଡ଼ିଶାରେ ଆୟୁଷ୍ମାନ୍‌ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଲାଗୁ କରିବାକୁ ଯାଉଛନ୍ତି। ରାଜ୍ୟର ୩ କୋଟି ୪୬...

ଭୂତଳ ଜଳପତ୍ତନ ଖସୁଛି

ଭୁବନେଶ୍ୱର,୨୪।୩(ରବିନାରାୟଣ ଜେନା): ରାଜ୍ୟରେ ଭୂତଳ ଜଳପତ୍ତନ ଦିନକୁ ଦିନ ଖସିବାରେ ଲାଗିଛି। ଏମିତିକି ଗତ ୫ବର୍ଷ ମଧ୍ୟରେ ୦.୫୩ ମିଟର ତଥା ଦେଢ଼ଫୁଟରୁ ଊର୍ଦ୍ଧ୍ୱ ଖସିଲାଣି...

୨୫ ତାରିଖ ଯାଏ ଝଡ଼ବର୍ଷା, ଆସନ୍ତା ୪ରୁ ୫ଦିନ ମଧ୍ୟରେ…

ଭୁବନେଶ୍ୱର,୨୪ା୩: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେଉଥିବାବେଳେ ଅଧିକାଂଶ ଅଞ୍ଚଳରେ କୋହଲା ପାଗ ଲାଗି ରହିଛି। ମାତ୍ର ଆସନ୍ତା ୪ରୁ...

କାଳବୈଶାଖୀ କ୍ଷତିଗ୍ରସ୍ତଙ୍କ ପାଇଁ ୧୯.୬୫ କୋଟି ମଞ୍ଜୁର

ଭୁବନେଶ୍ୱର/ବାରିପଦା,୨୪ା୩ (ରବିନାରାୟଣ ଜେନା,ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଗତ ଶୁକ୍ରବାର କାଳବୈଶାଖୀଜନିତ ଝଡ଼ତୋଫାନ ଓ କୁଆପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଭାବିତ ଅଞ୍ଚଳର...

କଇଁଚଙ୍କ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ

ଗଞ୍ଜାମ,୨୩ା୩(ବିଦ୍ୟାଧର ସାହୁ): ଋଷିକୁଲ୍ୟା ମୁହାଁଣରେ ଏକ ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୮ ହଜାର ୭୭୯...

ଶବ ଦାହ ପାଇଁ ମିଳୁନି କାଠ: DFO’ଙ୍କ ବାସଭବନ ଆଗରେ ମୃତଦେହ ରଖି ପ୍ରତିବାଦ

ସୁନ୍ଦରଗଡ଼,୨୩ା୩(ଜୟ ନାରାୟଣ ମେଣ୍ଡୁଳି): ମୃତଦେହ ସତ୍କାର ପାଇଁ କାଠ ନ ମିଳିବାରୁ ସନ୍ଧ୍ୟାରେ ସୁନ୍ଦରଗଡ ଡିଏଫଓଙ୍କ ବାସଭବନ ସମ୍ମୁଖରେ ମୃତଦେହ ରଖି ମୃତକଙ୍କ ପରିବାର ସହିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image