Advertisement

ଶ୍ରୀମନ୍ଦିର ଖୋଲିବା ଦାବିରେ ବାଜିଲା ଘଣ୍ଟ

ପୁରୀ ଅଫିସ,୨୮।୧୦: ମହାମାରୀ କରୋନା ପାଇଁ ଦୀର୍ଘ ୭ ମାସରୁ ଊର୍ଦ୍ଧ୍ୱ ହେଲାଣି ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟ ମନ୍ଦିରଗୁଡ଼ିକୁ ଭକ୍ତଙ୍କୁ ଛଡାଯାଉ ନାହିଁ। ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ଏହାର ପ୍ରଭାବ ପଡିଛି ସେବାୟତ ଓ ପୂଜକଙ୍କ ଉପରେ। ସେମାନଙ୍କ ଚଳିବା କଷ୍ଟକର ହୋଇପଡିଛି। ତେଣୁ ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟ ଦେବାଦେବୀ ପୀଠ ତୁରନ୍ତ ଖୋଲିବା ଦାବିରେ ବୁଧବାର ଓଡ଼ିଶାର ବିଭିନ୍ନ ମନ୍ଦିର ଆଗରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଘଣ୍ଟ, ଘଣ୍ଟି ବଜାଯାଇଛି। ଶ୍ରୀମନ୍ଦିର ସମ୍ମୁଖରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ସମ୍ପାଦକ ସିଂହାରୀ ଆଲୋକ ଖୁଣ୍ଟିଆ ଘଣ୍ଟ ବଜାଇ ପ୍ରତିବାଦ କରିଛନ୍ତି। ରାଜ୍ୟର ପ୍ରାୟ ସବୁ ସ୍ବାଭାବିକ ହୋଇଯାଇବେଳେ ଭକ୍ତଙ୍କ ପାଇଁ ମନ୍ଦିର କାହିଁକି ବନ୍ଦ ରହିଛି ବୋଲି ଖୁଣ୍ଟିଆ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share