ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ସେମିତି ଶରୀର ପାଇଁ ବେଶ୍ ଉପକାରୀ ମଧ୍ୟ ହୋଇଥାଏ। କାରଣ ଏଥିରେ ଭରିରହିଥାଏ ଭିଟାମିନ୍ ଏ, ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, ବିଟା କ୍ୟାରୋଟିନ୍, ମିନେରାଲ୍ସ ଇତ୍ୟାଦି। କୁହାଯାଏ, କନ୍ଦମୂଳ ଖାଇବା ଦ୍ୱାରା ଆଖି ଭଲ ରହିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍ ରହୁଥିବାରୁ କୋଲେଷ୍ଟ୍ରୋଲ୍କୁ କମ୍ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ବ୍ଲଡ୍ ପ୍ରେସର୍କୁ ନିୟନ୍ତ୍ରଣରେ ରଖିବାରେ ବି ଏହା ବେଶ୍ ସାହାଯ୍ୟ କରିଥାଏ। ଶରୀରରେ ଆଇରନ୍ର ମାତ୍ରା କମ୍ ରହୁଥିଲେ କନ୍ଦମୂଳର ସେବନ ଲାଭଦାୟକ ହୋଇଥାଏ। କୁହାଯାଏ, କନ୍ଦମୂଳ ଖାଇବା ଦ୍ୱାରା ଶରୀରକୁ୍ ଶକ୍ତି ମଧ୍ୟ ମିଳିଥାଏ। ସେହିପରି ପାଚନ କ୍ର୍ରିୟାକୁ ସକ୍ରିୟ କରିବାରେ ବି କନ୍ଦମୂଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏହାର ସେବନ କୋଷ୍ଠକାଠିନ୍ୟ ସମସ୍ୟାରୁ ବି ଅନେକାଂଶରେ ମୁକ୍ତି ଦେଇଥାଏ ବୋଲି ବିଶ୍ୱାସ କରାଯାଏ।