ତରଭୁଜର ଉପକାରିତା

ଖରାଦିନ ପାଇଁ ସବୁଠି ସ୍ବାଦିଷ୍ଟ ଆଉ ସ୍ବାସ୍ଥ୍ୟପଯୋଗୀ ଫଳ ହେଉଛି ତରଭୁଜ। କାରଣ ଏହାକୁ ଖାଇଲେ ଶୋଷ ମେଣ୍ଟିବା ସହ ପେଟର ଭୋକ ବି ନିମିଷକେ ଦୂରେଇଯାଏ। ଏଥିରେ ବହୁ ଜରୁରୀ ପୋଷକ ତତ୍ତ୍ୱ ଥିବାରୁ ଏହା ଅନେକ ରୋଗରୁ ମଧ୍ୟ ଆମ ଶରୀରକୁ ସୁରକ୍ଷା ଦେଇଥାଏ। କୁହାଯାଏ, ତରଭୁଜରେ ପୋଟାସିୟମ୍‌ ଓ ମାଗ୍‌ନେସିୟମ୍‌ର କିଛି ମାତ୍ରା ରହୁଥିବାରୁ, ଏହା ଶରୀରର ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ସେହିପରି ଏଥିରେ ଲାଇକୋପିନ୍‌ ନାମକ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ହୃଦ୍‌ଜନିତ ରୋଗରୁ ମଧ୍ୟ ଆମକୁ ସୁରକ୍ଷା ପ୍ରଦାନ କରିଥାଏ। ତା’ଛଡ଼ା ଏଥିରେ ଥିବା କାରୋଟେନୋଏଡ୍‌ ନାମକ ଏକ ଗୁଣକାରୀ ତତ୍ତ୍ୱ ଯୋଗୁ, ଏହାକୁ ସେବନ କଲେ ହାର୍ଟ ଆଟାକ୍‌ ଓ ବ୍ଲଡ୍‌ କ୍ଲଟ୍‌ ହେବାର ଆଶଙ୍କା ମଧ୍ୟ କମ୍‌ ଦେଖାଯାଇଥାଏ। ଅନ୍ୟପକ୍ଷେ ତରଭୁଜରେ କୁଆଡ଼େ ପ୍ରଚୁର ପାଣି ରହିଥାଏ, ତେଣୁ ଖରାଦିନେ ଏହାକୁ ଖାଇଲେ ଶରୀରରେ ଜଳୀୟଅଂଶ ଠିକ୍‌ଠାକ୍‌ ରହିବା ସହ ପେଟ ଥଣ୍ଡା ରହିଥାଏ। ତା’ଛଡ଼ା ଏଥିରେ କ୍ୟାଲୋରୀର ମାତ୍ରା କମ୍‌ ରହୁଥିବାରୁ, ଏହାକୁ ଡାଏଟ୍‌ରେ ସାମିଲ କରି ଶରୀରର ଓଜନକୁ ମଧ୍ୟ ସହଜରେ କମାଇ ହୁଏ। ସେହିପରି ଏଥିରେ ଭିଟାମିନ୍‌ ଏ ଓ ଭିଟାମିନ୍‌ ସି ରହୁଥିବାରୁ, ଏହାର ସେବନ ତ୍ୱଚା ଏବଂ କେଶ ପାଇଁ ବି ଖୁବ୍‌ ଉପକାରୀ ହୋଇଥାଏ। ଅନ୍ୟପକ୍ଷେ ଏଥିରେ କିଛିଟା ଫାଇବର୍‌ର ମାତ୍ରା ରହୁଥିବାରୁ ଏହା ପାଚନତନ୍ତ୍ରକୁ ମଧ୍ୟ ସକ୍ରିୟ ରଖିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ଜନ୍ମ ପରେ ପରେ କରିନିଅନ୍ତୁ ଏସବୁ ଜରୁରୀ ଟେଷ୍ଟ, ରହିବ ନାହିଁ ଆଉ କୌଣସି ଅସୁବିଧା

ନୂଆଦିଲ୍ଲୀ: ଶିଶୁ ଜନ୍ମ ହେବା ମାତ୍ରେ, ଭବିଷ୍ୟତରେ ତାକୁ କୌଣସି ସମସ୍ୟାର ସମ୍ମୁଖୀନ ନ ହେବା ପାଇଁ କିଛି ପରୀକ୍ଷା କରାଇବା ଆବଶ୍ୟକ। ପିଲାର ଏହି...

ଭୁଲ୍‌ରେ ବି ଘରେ ଲଗାଇବେ ନାହିଁ ଏସବୁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଖରାଦିନରେ ବାରମ୍ବାର ପରିସ୍ରା ଲାଗୁଛି କି, ହୋଇପାରେ ଏସବୁ ମାରାତ୍ମକ ରୋଗର ଲକ୍ଷଣ…

ସାଧାରଣତଃ ଲୋକମାନେ ଖରାଦିନରେ କମ୍‌ ପରିସ୍ରା କରନ୍ତି। କାରଣ ଶରୀରର ଅଧିକାଂଶ ବିଷାକ୍ତ ଉପାଦାନ ଝାଳ ମାଧ୍ୟମରେ ବାହାରି ଯାଏ। ଯଦି ଆପଣ ଗ୍ରୀଷ୍ମଋତୁରେ ମଧ୍ୟ...

Vastu Dosh: ସର୍ବଦା ମା’ ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି କି?ଭୁଲ୍‌ରେ ବି ଘରେ କରନ୍ତୁ ନାହିଁ ଏହି ଗୋଟିଏ କାମ…

ମା’ ଲକ୍ଷ୍ମୀ ସ୍ବଭାବରେ ଚଞ୍ଚଳ ଏବଂ କ୍ରୋଧୀ। ଯେଉଁ ଘରେ ଲକ୍ଷ୍ମୀ ବାସ କରନ୍ତି, ସେଠାରେ ସୁଖ, ଧନ, ସମୃଦ୍ଧି, ବିଳାସର ଅଭାବ ହୁଏ ନାହିଁ।...

ଡାଇବେଟିସ୍‌ ରୋଗୀ କ୍ଷୀର ପିଇ ପାରିବେ କି ନାହିଁ, ଜାଣନ୍ତୁ କ’ଣ କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ…

କ୍ଷୀର ଶରୀରକୁ ପୁଷ୍ଟିକର ପଦାର୍ଥ ଯୋଗାଇଥାଏ ଏବଂ ଯଦି କ୍ଷୀରରେ ଅନ୍ୟ କିଛି ପଦାର୍ଥ ମିଶାଯାଏ ତେବେ ଏହା ଆହୁରି ପୁଷ୍ଟିକର ହୋଇଯାଏ। ଏବେ ପ୍ରଶ୍ନ...

ଇ ବ୍ୟାଙ୍କିଙ୍ଗ୍‌ କରୁଥିଲେ …

ସଭିଙ୍କ ପାଇଁ ବିଶେଷକରି ମହିଳାମାନେ ବାହାରକୁ ଗଲେ ପର୍ସରେ କ୍ୟାଶ୍‌ ରଖି ଯାଉଥିବାରୁ ଟଙ୍କା ଚୋରି, ଡକାୟତି ଇତ୍ୟାଦିର ଆଶଙ୍କା ରହିଥାଏ; ଯାହାକି ଇ-ବ୍ୟାଙ୍କିଙ୍ଗ ଆସିବା...

ତ୍ୱଚାର ସୁନ୍ଦରତା ବଢ଼ାଏ ତୁଳସୀ ପତ୍ର: ଜାଣନ୍ତୁ କେମିତି

ଖରା, ଝାଳ, ଧୂଳି, ଧୂଆଁ ଆଦି ପ୍ରଭାବରୁ ତ୍ୱଚାକୁ ସୁରକ୍ଷା ପ୍ରଦାନ କରିବା ସହ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ତୁଳସୀ ଏକ ବରଦାନ...

ଜାଣିଛନ୍ତି କି? ଘରେ କେଉଁଠି ରଖିବେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକରାତ୍ମକ ଭାବନା ଜାଗ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image