ବିଦ୍ୟାଳୟରେ ଝାଡୁ ମାରିବା ଘଟଣା: ଧରିତ୍ରୀରେ ଖବର ପ୍ରକାଶ ପରେ ବିଇଓ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଡକରବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପରିସର ମଧ୍ୟରେ ନିୟମିତ ପାଳି କରି ଝାଡୁ ମାରିବା ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ଘଟଣା ଧରିତ୍ରୀ ପୋର୍ଟାଲରେ ଖବର ପ୍ରକାଶିତ ହେବା ପରେ ବିଇଓ ହାଡ଼ିବନ୍ଧୁ ବେହେରା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହା ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି। ପିଲାମାନେ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଆସିଥାନ୍ତି। ସେମାନଙ୍କୁ ଏଭଳି କାମ କରାଇବା ଏକ ଦଣ୍ଡନୀୟ ଅପରାଧ। ଯିଏ ବି ଏଥିପାଇଁ ଦାୟୀ ରହିବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣାକୁ ନେଇ ସେ ଗୁରୁତର ନେବା ସହ ସେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଶେଷ କରିଦେଲେ; କାହିଁକି ଏମିତି କହିଲେ ନବୀନ…

ଭୁବନେଶ୍ୱର,୭।୧୧: କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ମୃତାହତ ଘଟଣାକୁ ନେଇ ଭାଜପା ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ...

ଗ୍ରାମବାସୀଙ୍କ ଅଭିଯୋଗକୁ ବ୍ଲକ ଅଧ୍ୟକ୍ଷାଙ୍କ ଚ୍ୟାଲେଞ୍ଜ, ଖବରଦାତା ସମ୍ମିଳନୀରେ କହିଲେ ରାଜନୈତିକ…

ତିହିଡ଼ି,୭ା୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧ୍ୟକ୍ଷା ଏବଂ ତାଙ୍କ ସ୍ବାମୀ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା। ବ୍ଲକର କାଁପଡ଼ା...

ଝିଅଙ୍କୁ ସ୍କୁଲରେ ଛାଡ଼ି ପାରିଲେନି, ଟ୍ରଲର ଚକା ତଳେ ଚାଲିଗଲା ବାପାଙ୍କ ଜୀବନ

ସୁନ୍ଦରଗଡ଼,୭।୧୧(ଜୟ ନାରାୟଣ ମେଣ୍ଡୁଳି): ଝିଅକୁ ସ୍କୁଲରେ ଛାଡ଼ିି ଅନ୍ୟ କୌଣସି କାମରେ ଯିବା ଲାଗି ଥିଲା ଯୋଜନା। ଏଥିପାଇଁ ମା’ ବାପା ଓ ଝିଅ ବାଇକ୍‌ରେ...

ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୭ା୧୧: ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ପଟିଆ ସ୍ଥିତ ଏକ ହଷ୍ଟେଲରୁ ପୋଲିସ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି।...

ପିଲାଙ୍କୁ ପାଳି କରି ଝାଡୁ ମାରିବାକୁ ନିର୍ଦ୍ଦେଶ ଦେଉଛନ୍ତି କର୍ତ୍ତୃପକ୍ଷ, ଅଭିଭାବକ ମହଲରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବାବେଳେ ଏବେ ଏକ ଅଜବ ନୀତି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି...

ଆଇନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ହେବ ଗାଁ…

ଭୁବନେଶ୍ୱର,୭।୧୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ। ରାଜ୍ୟର ସବୁ ବ୍ଲକରେ ହେବ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ଏହି ମାସରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ…

ଭୁବନେଶ୍ୱର,୭।୧୧: ରାଜ୍ୟରେ ପିଡିଏସ୍‌ ହିତାଧିକାରୀଙ୍କୁ ଗହମ ମିଳିବା ବନ୍ଦ ରହିଥିଲା। ହେଲେ ଆସନ୍ତା ବର୍ଷରୁ ସେମାନଙ୍କୁ ଚାଉଳ ସହ ଗହମ ମିଳିବ । ଜାନୁଆରୀ ପ୍ରଥମ...

ପିଡିଓଏସ୍‌ ଚାଉଳ ବଦଳରେ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୋଗାଣ ସହାୟକ, ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି…

ଲୋଇସିଂହା,୭ା୧୧: ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri