ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଆଇଆଇଟି ମାଡ୍ରାସ

ଭୁବନେଶ୍ୱର,୧୩।୮(ଅସମାପିକା ସାହୁ): ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ନ୍ୟାଶନାଲ ଇନଷ୍ଟିଚ୍ୟୁଶନାଲ ରାଙ୍କିଙ୍ଗ୍‌ ଫ୍ରେମ୍‌ୱର୍କ(ଏନ୍‌ଆଇଆର୍‌ଏଫ୍‌) ୨୦୨୪ ଘୋଷଣା କରାଯାଇଛି। ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ପୁଣିଥରେ ଆଇଆଇଟି ମାଡ୍ରାସ ବିବେଚିତ ହୋଇଛି। ଉଭୟ ସାମଗ୍ରିକ (କ୍ରମାଗତ ଷଷ୍ଠଥର) ଏବଂ ଇଞ୍ଜିନିୟରିଂ (ଅଷ୍ଟମଥର) ବର୍ଗରେ ୧ ନମ୍ବରରେ ରହିଛି। ଦ୍ୱିତୀୟ ସ୍ଥାନରେ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ, ତୃତୀୟ ସ୍ଥାନରେ ଆଇଆଇଟି ମୁମ୍ବାଇ ଓ ଚତୁର୍ଥ ସ୍ଥାନରେ ଆଇଆଇଟି ଦିଲ୍ଲୀ ରହିଛି। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଦଶମ ସ୍ଥାନରେ ରହିଛି। ତେବେ ଶ୍ରେଷ୍ଠ ୧୦୦ ସାମଗ୍ରିକ ବର୍ଗରେ ଓଡ଼ିଶାର ୩ ଶିକ୍ଷାନୁଷ୍ଠାନ ରହିଛି। ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ବବିଦ୍ୟାଳୟ ୨୪ତମ ସ୍ଥାନରେ, କିଟ୍‌ ବିଶ୍ବବିଦ୍ୟାଳୟ ୨୮ତମ ଓ କେନ୍ଦ୍ରୀୟ ସରକାରୀ ଶିକ୍ଷାନୁଷ୍ଠାନ ଏନ୍‌ଆଇଟି ରାଉରକେଲା ୩୪ତମ ସ୍ଥାନରେ ରହିଥିଲେ ମଧ୍ୟ ଏହି ବର୍ଗରେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହିଁ। ସେହିଭଳି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗରେ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ୧ ନମ୍ବରରେ
ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ…
ଥିବାବେଳେ ଜେଏନ୍‌ୟୁ ଦ୍ୱିତୀୟ ସ୍ଥାନରେ ଓ ତୃତୀୟ ସ୍ଥାନରେ କ୍ରମାଗତ ତୃତୀୟଥର ଲାଗି ଜାମିଆ ମିଲିଆ ଇସ୍‌ଲାମିଆ ରହିଛି। ବିଶ୍ୱବିଦ୍ୟାଳୟ ବର୍ଗରେ ବି ଶ୍ରେଷ୍ଠ ୧୦୦ ଭିତରେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହିଁ। ହେଲେ ଓଡ଼ିଶାର ସୋଆ ବିଶ୍ୱବିଦ୍ୟାଳୟ ୧୪ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟ ୧୫ତମ ସ୍ଥାନରେ ରହିଛନ୍ତି। ୨୦୨୨ ଓ ୨୦୨୩ରେ ଯଥାକ୍ରମେ ୮୮ ଓ ୯୩ତମ ସ୍ଥାନରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟ କିନ୍ତୁ ଏଥର ଆଦୌ ସ୍ଥାନ ପାଇନାହିଁ। ତେବେ ପ୍ରଥମଥର ଆରମ୍ଭ ହୋଇଥିବା ଷ୍ଟେଟ୍‌ ପବ୍ଲିକ ୟୁନିଭର୍ସିଟି ବର୍ଗରେ ଚେନ୍ନାଇସ୍ଥିତ ଆନ୍ନା ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ୪୨ତମ ସ୍ଥାନରେ ରହିଛି। ସେହିଭଳି ଦେଶର ଶ୍ରେଷ୍ଠ ୧୦୦ କଲେଜ ଭିତରେ ଓଡ଼ିଶାର ଗୋଟିଏ ବି କଲେଜ ସ୍ଥାନ ପାଇନାହିଁ।
ଅନ୍ୟପଟେ ଗବେଷଣା ଶିକ୍ଷାନୁଷ୍ଠାନ ବର୍ଗରେ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ୧ ନମ୍ବରରେ ଥିବା ବେଳେ ଓଡ଼ିଶାର ଏନ୍‌ଆଇଟି ରାଉରକେଲା ୩୦, କିଟ୍‌ ୪୬ ଓ ସୋଆ ୫୦ତମ ସ୍ଥାନରେ ରହିଛନ୍ତି। ଇଞ୍ଜିନିୟରିଂ ଭର୍ଗରେ ଆଇଆଇଟି ମାଡ୍ରାସ ପ୍ରଥମରେ ଥିବା ବେଳେ ଓଡ଼ିଶାର ଏନ୍‌ଆଇଟି ରାଉରକେଲା ୧୯, ସୋଆ ୨୬, କିଟ୍‌ ୩୭, ଆଇଆଇଟି ଭୁବନେଶ୍ୱର ୫୪ ଏବଂ ସି.ଭି. ରମଣ ଗ୍ଲୋବାଲ ବିଶ୍ୱଦ୍ୟାଳୟ ୯୬ତମ ସ୍ଥାନରେ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ବର୍ଗରେ ପ୍ରଥମଥର ପାଇଁ ଶ୍ରେଷ୍ଠ ୧୦ ଶିକ୍ଷାନୁଷ୍ଠାନ ଭିତରେ ଆଇଆଇଟି ବାରାଣସୀ ସ୍ଥାନ ପାଇବା ସହ ୧୦ତମ ସ୍ଥାନରେ ରହିଛି। ସେହିପରି ଶ୍ରେଷ୍ଠ ୧୦୦ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର ଏକ୍ସଆଇଏମ୍‌ ବିଶ୍ୱବିଦ୍ୟାଳୟ ୪୩ତମ ସ୍ଥାନରେ ଥିବାବେଳେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ସମ୍ବଲପୁର ୫୦, ଭୁବନେଶ୍ୱରର ଇଣ୍ଟରନ୍ୟାଶନାଲ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ୬୧, ସୋଆ ୬୨ ଏବଂ କିଟ୍‌ ୬୭ତମ ସ୍ଥାନରେ ରହିଛି।
ସେପଟେ ଫାର୍ମାସୀ ଶିକ୍ଷାନୁଷ୍ଠାନ ବର୍ଗରେ ଶ୍ରେଷ୍ଠ ୧୦ ଭିତରେ ଓଡ଼ିଶାର କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇ ନ ଥିବା ଦେଖାଯାଇଛି। ତେବେ ଶ୍ରେଷ୍ଠ ୧୦ ଆର୍କିଟେକ୍‌ଚର ଆଣ୍ଡ ପ୍ଲାନିଂ ଶିକ୍ଷାନୁଷ୍ଠାନ ବର୍ଗରେ ଭିତରେ ଏନ୍‌ଆଇଟି ରାଉରକେଲା ନବମ ସ୍ଥାନରେ ରହିଛି। କିନ୍ତୁ ପ୍ରକାଶିତ ଏହାର ଶ୍ରେଷ୍ଠ ୪୦ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାର ଆଉ କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହିଁ। ଆଇନ ଶିକ୍ଷାନୁଷ୍ଠାନ ବର୍ଗରେ ଓଡ଼ିଶାର ସୋଆ ନବମ ସ୍ଥାନରେ ଥିବାବେଳେ କିଟ୍‌ ୧୧, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ୨୬ତମ ସ୍ଥାନରେ ରହିଛନ୍ତି। ସେହିଭଳି ଶ୍ରେଷ୍ଠ ୫୦ ଡାକ୍ତରୀ କଲେଜ ଭିତରେ ଏମ୍‌ସ ଦିଲ୍ଲୀ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶାର ଏମ୍‌ସ ଭୁବନେଶ୍ୱର ୧୫, ସୋଆ ୨୧ ଓ କିଟ୍‌ ୨୫ତମ ସ୍ଥାନରେ ରହିଛି। ସେହିଭଳି ଶ୍ରେଷ୍ଠ ୪୦ ଡେଣ୍ଟାଲ ଇନ୍‌ଷ୍ଟିଚ୍ୟୁଟ୍‌ ବର୍ଗରେ ଓଡ଼ିଶାର ସୋଆ ନବମ ସ୍ଥାନରେ ଥିବାବେଳେ କିଟ୍‌ ୨୨ତମ ସ୍ଥାନରେ ରହିଛି। ଏଗ୍ରିକଲ୍‌ଚର ଆଣ୍ଡ ଆଲାଏଡ୍‌ ସେକ୍ଟର ବର୍ଗରେ ଶ୍ରେଷ୍ଠ ୪୦ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ୧୫ତମ ସ୍ଥାନ ହାସଲ କରିଛି।
ନୂଆଦିଲ୍ଲୀ ଇଣ୍ଡିଆ ମଣ୍ଡପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନ୍‌ଆଇଆର୍‌ଏଫ୍‌-୨୦୨୪ ଘୋଷଣା କରିଛନ୍ତି। ଏହି ରାଙ୍କିଙ୍ଗକୁ ଅଫିସିଆଲ ୱେବ୍‌ସାଇଟ nirfindia.orgରେ ଦେଖିହେବ। ଏନ୍‌ଆଇଆର୍‌ଏଫ୍‌ ରାଙ୍କିଙ୍ଗର ଏହି ୯ମ ସଂସ୍କରଣରେ ୩ଟି ନୂଆ ବର୍ଗ ମୁକ୍ତ ବିଶ୍ୱବିଦ୍ୟାଳୟ, ଦକ୍ଷତା ବିଶ୍ୱବିଦ୍ୟାଳୟ ଓ ଷ୍ଟେଟ ପବ୍ଲିକ ୟୁନିଭର୍ସିଟିକୁ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

ଶନିବାର, ରବିବାର ସରକାରୀ ଛୁଟି ବାତିଲ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୫ା୧୦(ଅନିଲ ଦାସ): ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri