ଭଦ୍ରକ ଅଫିସ,୫।୭: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଆଉଟଡୋର ମଧ୍ୟରେ ବର୍ଷାଜଳ ଲହଡି ଭାଙ୍ଗୁଛି । ମଙ୍ଗଳବାର ସକାଳୁ ଲାଗି ରହିଥିବା ବର୍ଷାରେ ପାଣି ନିଷ୍କାସନ ହୋଇ ନପାରି ଚିକିତ୍ସାଳୟ ଭିତରକୁ ବର୍ଷା ଜଳ ପଶିଯାଇଥିଲା । ପାଣି ପଶିଯିବା ଫଳରେ ଡାକ୍ତର ଓ ରୋଗୀ ନାହିଁ ନ ଥିବା ସମସ୍ୟା ଭୋଗିଛନ୍ତି। ରୋଗୀ ମାନେ ମଧ୍ୟ ବର୍ଷା ଜଳ ମଧ୍ୟରେ ଲମ୍ବା ଧାଡିରେ ରହି ଡାକ୍ତରଙ୍କୁ ଦେଖାଉଛନ୍ତି । ଡ୍ରେନେଜ୍ ବ୍ୟବସ୍ଥାରେ ତ୍ରୁଟି ଥିବାରୁ ଭଦ୍ରକ ସହରରେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି ।