ଭୁବନେଶ୍ୱର କୋର୍ଟ ୭ ଦିନ ପର୍ଯ୍ୟନ୍ତ ହେଲା ସିଲ୍‌

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏପରିକି ସରକାରୀ କାର୍ଯ୍ୟାଳୟରେ ମଧ୍ୟ କରୋନାର ପ୍ରଭାବ ପଡିଛି। ବିଭିନ୍ନ କର୍ମଚାରୀ କରୋନରେ ଆକ୍ରାନ୍ତ ଯୋଗୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହି କ୍ରମରେ ଗୁରୁବାର ଭୁବନେଶ୍ୱର କୋର୍ଟକୁ ୭ ଦିନ ପାଇଁ ସିଲ୍‌ କରିଛି ବିଏମ୍‌ସି। ଫଳରେ ଆଜିଠୁ ମେ’ ୫ ପର୍ଯ୍ୟନ୍ତ ଜୁଡିସିଆଲ୍‌ କପ୍ଲେକ୍ସ ବନ୍ଦ ରହିବ ବୋଲି ଜଣାପଡିଛି। ଜୁଡିସିଆଲ୍‌ କପ୍ଲେକ୍ସରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି ଏହି ପଦକ୍ଷେପ ନେଇଛି।

Share