Categories: ମେଟ୍ରୋ

ଆଜିଠୁ ଖୋଲିବ ଭୁବନେଶ୍ୱର କୋର୍ଟ

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାରଠାରୁ ଭୁବନେଶ୍ୱର କୋର୍ଟ ଖୋଲିବ। ଶନିବାର ଓ ରବିବାର ବାଦ୍‌ ଅନ୍ୟ ସମସ୍ତ ଦିନରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହା କାର୍ଯ୍ୟକରିବ। ପୁଣି ବିଭିନ୍ନ କୋର୍ଟରେ ଟ୍ରାଏଲ ଆରମ୍ଭ ହେବ। ସିଭିଲ କେସର ଶୁଣାଣି ଓ ଡିସ୍‌ପୁଟ ମାମଲା ଦାଏର ହୋଇପାରିବ। ତହସିଲ ଓ ସବ୍‌ରେଜିଷ୍ଟର ସଂକ୍ରାନ୍ତ ମାମଲାଠୁ ଆରମ୍ଭ କରି ସେସନ କୋର୍ଟ ପର୍ଯ୍ୟନ୍ତ ରହିଥିବା କାମ ପୂର୍ବଭଳି ଚାଲି ପାରିବ। ଅଧିକାଂଶ କେସ୍‌ ଭର୍ଚୁଆଲ ମୋଡ୍‌ରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share