ଜରାଜୀର୍ଣ୍ଣ ଯାତ୍ରୀ ନିବାସ, ଅସୁରକ୍ଷିତ ଅତିଥି

ଭୁବନେଶ୍ୱର,୧୫।୧୧(ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଦ୍ୱାରା ପରିଚାଳିତ ସ୍ଥାନୀୟ କଟକ ରୋଡ଼ସ୍ଥିତ ଯାତ୍ରୀ ନିବାସ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କେଉଁଠି ଛାତରୁ ସିଲିଂ ଖସି ରଡ୍‌ ଦେଖାଯାଉଛି ତ ଆଉ କେଉଁଠି ଖଣ୍ଡଖଣ୍ଡ ପଲସ୍ତରା ବିପଦପୂର୍ଣ୍ଣ ଭାବେ ଝୁଲି ରହିଛି। କେଉଁ କୋଠରୀର କବାଟ, ଝରକା ନାହିଁ ତ ଆଉ କେଉଁଟା ମାଲ୍‌ଖାନା ଭଳି ଦୃଶ୍ୟମାନ ହେଉଛି। କାନ୍ଥ ଓ ଛାତ ଫାଟି ଆଁ ମେଲିଥିବାବେଳେ କୋଠାର ବିଭିନ୍ନ ସ୍ଥାନରେ ଗଛ ଉଠି ବଢ଼ିବାକୁ ଲାଗିଛି। ଫଳରେ ଅସୁରକ୍ଷିତ ଅବସ୍ଥାରେ ଅତିଥି ରହୁଥିଲେ ମଧ୍ୟ ଆବଶ୍ୟକ ମରାମତି ନ କରି ଦଦରା ଭିତ୍ତିଭୂମିରେ ବିଏମ୍‌ସିକୁ ରୋଜଗାର ନିଶା ଘାରିଛି। ସହରର ପ୍ରମୁଖ ସ୍ଥାନରେ ଥିବା ଏହି ଯାତ୍ରୀ ନିବାସରେ ରାଜ୍ୟ ତଥା ବାହାରୁ ଆସୁଥିବା ପର୍ଯ୍ୟଟକ ଆଶ୍ରୟ ନେଇଥା’ନ୍ତି। ବିଶେଷକରି ପ୍ରଦର୍ଶନୀ ପଡ଼ିଆରେ ବିଭିନ୍ନ ମେଳା ଓ ପ୍ରଦର୍ଶନୀ ଆୟୋଜିତ ହେଲେ ଏଠାରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଥାଏ। ଅନ୍ୟ ହୋଟେଲ ଓ ଲଜ୍‌ ତୁଳନାରେ କମ୍‌ ଭଡ଼ା ସହ ଅଧିକ ସୁବିଧା ଆଶାରେ ଲୋକେ ଏଠାରେ ରହିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ମାତ୍ର ଇତିମଧ୍ୟରେ ବିଏମ୍‌ସି ଯାତ୍ରୀ ଭଡ଼ା ବଢ଼ାଇଥିଲେ ମଧ୍ୟ ସେଭଳି ସେବା ପ୍ରଦାନ କରୁ ନ ଥିବା ଅଭିଯୋଗ ହେଉଛି। ବିଏମ୍‌ସି ନିର୍ଦ୍ଧାରିତ ଦେୟ ନେଉଥିଲେ ମଧ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦେଉ ନ ଥିବାରୁ ପର୍ଯ୍ୟଟକ ବା ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଅନ୍ୟପକ୍ଷରେ ଯାତ୍ରୀନିବାସ ଅଗଣାରେ ଅତିଥିମାନେ କିଛି ସମୟ ବିତାଇ ମନକୁ ହାଲ୍‌କା କରିଥାନ୍ତି। ହେଲେ ଏବେ ସେଠାରେ ପାର୍କ ସାମଗ୍ରୀ ଗଦା ହୋଇ ରହିଛି। କୋଭିଡ୍‌ କାଳରେ ଏହାକୁ କୋଭିଡ୍‌ ସେଣ୍ଟର କରାଯାଇଥିବାବେଳେ ଯାତ୍ରୀ ନିବାସର ହଲରେ କୋଭିଡ୍‌ ସରଞ୍ଜାମ ଭରି ରହିଛି। କେତେକ କୋଠରୀରେ ଯାତ୍ରୀ ରହୁଥିବାବେଳେ ସନ୍ଧ୍ୟା ହେବା ମାତ୍ରେ ମଶାଙ୍କ ପ୍ରାଦୁର୍ଭାବ ସହିବାକୁ ପଡ଼ୁଛି। ତଳ ମହଲାରେ ଥିବା ୧୪ଟି କୋଠରୀ ଓ ହଲ୍‌ ରହିଥିବାବେଳେ ଏଠାରେ ବିଏମ୍‌ସି ଓ୍ବାର୍ଡ ନଂ.୩୧, ୩୨ ଓ ୩୩ର ଓ୍ବାର୍ଡ ଅଫିସ୍‌ ଚାଲିଛି। ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଉପର ମହଲାର ୧୪ଟି କଠୋରୀ ମଧ୍ୟରୁ ଗୋଟିଏରେ ଯାତ୍ରୀନିବାସ କାର୍ଯ୍ୟାଳୟ ରହିଛି। ସହରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରୁ ଜବତ ହୋଇଥିବା ପଲିଥିନ୍‌ ସହ ଆହାର କେନ୍ଦ୍ରର ସରଞ୍ଜାମ ଗଦା ହୋଇ ରହିଛି। ତଳ ମହଲାରେ ପ୍ରତି କୋଠରୀ ସଂଲଗ୍ନ ଶୌଚାଳୟ ରହିଥିବାବେଳେ ଉପର ମହାଲାରେ ଏ ସୁବିଧା ନାହିଁ। କିନ୍ତୁ ତଳ ମହଲା ପରିବର୍ତ୍ତେ ଉପର ମହଲାରେ ହିଁ ଅଧିକାଂଶ ଯାତ୍ରୀଙ୍କୁ ରଖାଯାଉଥିବାରୁ ସେମାନେ ହଇରାଣ ହେଉଛନ୍ତି। ପୁଣି ଶୌଚାଳୟରେ ଅନେକ ସମୟରେ ପାଣି ଓ ମଳ ନିସ୍କାସନଜନିତ ସମସ୍ୟା ଉପୁଜୁଛି। ଅନ୍ୟପଟେ କୋଭିଡ୍‌ ପରବର୍ତ୍ତୀ ସମୟରେ ଏଠାରେ ଭଡ଼ା ବୃଦ୍ଧି କରାଯାଇଛି। ପୂର୍ବରୁ ଯେଉଁ କୋଠରୀରେ ଶଯ୍ୟା ପିଛା ୧୨ ଘଣ୍ଟା ପାଇଁ ୫୦୦ ଟଙ୍କା ଦେବାକୁ ପଡ଼ୁଥିଲା, ତାହା ବର୍ତ୍ତମାନ ୧୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୩୫୦ ଟଙ୍କାରେ ଉପଲବ୍ଧ ହେଉଥିବା ଶଯ୍ୟାର ଦେୟ ୫୦୦ଟଙ୍କାକୁ ବର୍ଦ୍ଧିତ କରାଯାଇଛି। ଯାତ୍ର୍ରୀ ନିବାସକୁ ଅସୁରକ୍ଷିତ ଘୋଷଣା କରିବା ପାଇଁ ଯନ୍ତ୍ରୀ ଖଣ୍ଡ-୧ ଏବଂ ରାଜ୍ୟସରକାରଙ୍କ ରାସ୍ତା ଓ ଗୃହନିର୍ମାଣ ବିଭାଗକୁ ଅବଗତ କରାଯାଇଥିବା ସୂଚନା ମିଳିଥିଲେ ମଧ୍ୟ ଏନେଇ ବିଏମ୍‌ସି ଅଧିକାରୀ ମୁହଁ ଖୋଲୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ରରେ ନିଖୋଜ ଯୁବକଙ୍କ ମୃତଦେହ ମିଳିଲା

ପୁରୀ,୨୭ା୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ଗୁରୁବାର ଗାଧୋଉଥିବାବେଳେ ବରଗଡ଼ ଜିଲାର ଶୁଭ ପାତ୍ର ନାମକ ଯୁବକ ଭାସିଯାଇ ନିଖୋଜ ଥିଲେ। ଶୁକ୍ରବାର ଦିଗବାରେଣୀ ଖୁଣ୍ଟି...

ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ...

ବାଛୁରୀକୁ ଖାଇଗଲା ବାଘ

ଭଞ୍ଜନଗର,୨୭ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚ୍ଛେଦାଭୂମିରେ ଏକ ହେଟାବାଘ ବାଛୁରୀକୁ ମାରି ଖାଇ ଦେଇଥିବା ଅଭିଯୋଗ ହେଶଇଛି। ବାଛୁରୀ ମାଲିକ ବଳରାମ ଗୌଡ...

ରାଜଧାନୀରେ ମାତିଛନ୍ତି ଲୁଟେରା: ଘରେ ପଶି ଲୁଟିନେଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର

ଭୁବନେଶ୍ୱର,୨୭।୧୨: କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରମାନେ ନିୟମିତ ଭାବେ ଭୁବନେଶ୍ୱରରେ ଫ୍ଲାଟ ଏବଂ ଘରକୁ ଟାର୍ଗେଟ କରୁଛନ୍ତି। ସଦ୍ୟତମ ଚୋରି ଘଟଣାରେ ରାଜଧାନୀ...

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ପାଳପକାଇ ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ

ସୁନ୍ଦରଗଡ଼,୨୮।୧୨(ଜୟ ନାରାୟଣ ମେଣ୍ଡୁଳି): ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲେଫ୍ରିପଡ଼ା ଥାନା ସର୍ଗିପାଲି...

ମୃତ ଚାଷୀଙ୍କ ପରିବାରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେଲେ ଅଭିନେତ୍ରୀ ରାଣୀ ପଣ୍ଡା

ସାକ୍ଷୀଗୋପାଳ,୨୭।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ୪ଦିନ ତଳେ ମତ୍ୟୁବରଣ କରିଥିବା ସ୍ଥାନୀୟ ଡୁଙ୍ଗର ଗ୍ରାମର ମୃତ ଚାଷୀ ପୂର୍ଣଚନ୍ଦ୍ର ଦଳେଇଙ୍କ ପରିବାର ଲୋକଙ୍କୁ ଅଭିନେତ୍ରୀ ରାଣୀ...

୫ ବର୍ଷ ନୁହେଁ, ୩ ବର୍ଷରେ ଲୋକେ ଅନ୍ୟ ଦଳକୁ ଭୁଲିଯିବେ: ପୃଥ୍ବୀରାଜ

ଭୁବନେଶ୍ୱର,୨୭।୧୨: ପ୍ରଶାସନକୁ ଅଧିକ କ୍ରିୟାଶୀଳ କରି ବିକାଶ କାର୍ଯ୍ୟକୁ ଆଗେଇ ନେବା ଏବଂ ଲୋକଙ୍କ ସମସ୍ୟାର ତ୍ୱରିତ୍‌ ସମାଧାନ ପାଇଁ ମନ୍ତ୍ରୀମାନଙ୍କୁ ୩୦ ଜିଲାର ଦାୟିତ୍ୱ...

ପୁଣି ଆସୁଛି ବର୍ଷା! ଏହି ସବୁ ଜିଲାରେ ଛେଚିବ

ଭୁବନେଶ୍ୱର,୨୭।୧୨: ଆସନ୍ତାକାଲି ଠାରୁ ପଶ୍ଚିମ ଓଡ଼ିଶାରେ ୨ ଦିନ ବର୍ଷା ସମ୍ଭାବନା ରହିଛି। ପଶ୍ଚିମାଝଡ଼ ପ୍ରଭାବରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୮ ତାରିଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri