୫ ଦିନ ବନ୍ଦ ରହିବ ଭୁବନେଶ୍ୱର ସବ-କଲେକ୍ଟର ଓ ତହସିଲ କାର୍ଯ୍ୟାଳୟ

ଭୁବନେଶ୍ୱର,୧୭।୯: ଭୁବନେଶ୍ୱର ସବ-କଲେକ୍ଟର ଓ ତହସିଲ କାର୍ଯ୍ୟାଳୟକୁ ୫ ଦିନ ପାଇଁ ବନ୍ଦ କରାଯାଇଛି। ଶୁକ୍ରବାରଠାରୁ ୨୧ ତାରିଖ ଯାଏ ଉଭୟ କାର୍ଯ୍ୟାଳୟ ବନ୍ଦ ରହିବ। ଉଭୟ କାର୍ଯ୍ୟାଳୟରୁ ୫ ଜଣ ପଜିଟିଭ୍‌ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଥିବା ସବ-କଲେକ୍ଟର ସୂଚନା ଦେଇଛନ୍ତି।
ସବ-କଲେକ୍ଟରଙ୍କ କାର୍ଯ୍ୟାଳୟରୁ ତିନି ଜଣ ଆସିଷ୍ଟାଣ୍ଟ କଲେକ୍ଟର ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ତହସିଲ କାର୍ଯ୍ୟାଳୟରୁ ୨ ଜଣ ଅତିରିକ୍ତ ତହସିଲଦାର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦୁଇ କାର୍ଯ୍ୟାଳୟକୁ ୫ ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସବ-କଲେକ୍ଟର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

Share