ନାଗରିକଙ୍କୁ ମୋବାଇଲରେ ଜରୁରୀ ମେସେଜ ପଠାଇବେ ବାଇଡେନ ସରକାର

ଓ୍ବାଶିଂଟନ୍‌,୪।୧୦: ଆମେରିକାର ନାଗରିକଙ୍କୁ ମୋବାଇଲ ଫୋନ ଓ ଟିଭି ମାଧ୍ୟମରେ ବୁଧବାର ଏକ ଜରୁରୀ ବାର୍ତ୍ତା ପଠାଯିବ। ଆମେରିକା ସରକାର ଏକ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ପ୍ରସ୍ତୁତ କରିଛନ୍ତି, ଏହାର ଉଦ୍ଦେଶ୍ୟ ହେଉଛି ଜରୁରୀକାଳୀନ ପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି ଦେଶର ନାଗରିକଙ୍କ ନିକଟକୁ କେଇ ସେକେଣ୍ଡ ମଧ୍ୟରେ ବାର୍ତ୍ତା ପଠାଇ ପାରିବେ।

ବୁଧବାର ଅପରାହ୍ନଣ ୨.୨୦ରେ ଏହି ଆଲର୍ଟ ସିଷ୍ଟମ ଉପରେ ପରୀକ୍ଷା କରାଯିବ। ରାଷ୍ଟ୍ରୀୟ ଓୟାରଲେସ ଜରୁରୀକାଳୀନ ଆଲର୍ଟ ସିଷ୍ଟମର ଅଧିନରେ ଏହି ପରୀକ୍ଷା କରାଯିବ। ଏହି ଜରୁରୀକାଳୀନ ଆଲର୍ଟ ସିଷ୍ଟମ ମାଧ୍ୟମରେ ରାଷ୍ଟ୍ରପତି ଦଶ ମିନିଟ ମଧ୍ୟରେ ଦେଶର ପ୍ରତିଟି ନାଗରିକଙ୍କୁ ତାଙ୍କ ବାର୍ତ୍ତା ପହଞ୍ଚାଇପାରିବେ। ଏହି ସିଷ୍ଟମ ସର୍ଟ ମେସେଜିଂ ପାଇଁ ଡିଜାଇନ ହୋଇଛି। ମେସେଜରେ ୩୬୦ଟି ଅକ୍ଷର କିମ୍ବା ତା’ଠାରୁ କମ ଅକ୍ଷରର ବାର୍ତ୍ତା ପଠାଯାଇପାରିବ। ମେସେଜ ଆସିବା ସମୟରେ ଫୋନ ବାଜି ଉଠିବ।

Share