ରାଜ୍ୟ ସରକାରଙ୍କ ବଡ ଘୋଷଣା, ବଢିଲା କଳା-ଖେଳ ଶିକ୍ଷକଙ୍କ ଦରମା

ଭୁବନେଶ୍ୱର,୨।୩(ଅସମାପିକା ସାହୁ): ଶୁକ୍ରବାର ଗଣ ଶିକ୍ଷକଙ୍କ ଦରମା ବୃଦ୍ଧି କରିବା ପରେ ରାଜ୍ୟ ସରକାର ନବୀନ ପଟ୍ଟନାୟକ ରାଜ୍ୟର ଖେଳ ଶିକ୍ଷକଙ୍କ ଦରମା ବଢାଇଛନ୍ତି। ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୂରା ୧୨ ମାସ ପାଇଁ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଶିକ୍ଷକମାନେ ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ। ଏଥିସହ ଅନ୍ୟ ସରକାରୀ କର୍ମଚାରୀମାନଙ୍କ ପରି ମହିଳା କଳା ଓ କ୍ରୀଡା ପ୍ରଶିକ୍ଷକମାନେ ଆବଶ୍ୟକସ୍ଥଳେ ମାତୃତ୍ୱ ଛୁଟି ମଧ୍ୟ ପାଇପାରିବେ।

Share