ଜାପାନର ରାଜଧାନୀ ଟୋକିଓରେ ବହୁତଳ ପ୍ରାସାଦ ବିଶିଷ୍ଟ କୋଠାର ଏକ ଫ୍ଲୋରର ବାଲ୍କୋନିରେ ଏକ ବିଲେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଲେଇଟିକୁ ଯିଏ ଦେଖୁଛି, ସେ ଘଡ଼ିଏ ଅଟକି ଚାହୁଁଛି। ଅସଲ କଥା ହେଲା ଏହା ପ୍ରକୃତ ବିଲେଇ ନୁହଁ। ଏହା ଏକ ଥ୍ରୀ ଡି ପେଣ୍ଟ୍ ବିଲେଇ। ଏପରି କୌଶଳରେ ଏହା ତିଆରି କରାଯାଇଛି ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ବାଲକୋନିରେ ବିଲେଇଟି ସତେ ଯେପରି ଆଡ଼େ ଆଡ଼େ ଚାହୁଁଛି ସେମିତି ଦେଖାଯାଉଛି। ଖାଲି ଏତିକି ନୁହେଁ, ଅସଲି ବିଲେଇ ପରି ଏହା ମ୍ୟାଉଁ ମ୍ୟାଉଁ ଶବ୍ଦ ବି କରୁଛି। ୧,୬୬୪ ସ୍କୋୟାର ଫୁଟ୍ର ଏହି ଏଲ୍ଇଡି ସ୍କ୍ରିନ୍ ଶିଞ୍ଜୁକୁ ଜିଲାରେ ରହିଛି। 4k ରିଜୋଲ୍ୟୁସନ ଥିବା ଏହି ଡିସ୍ପ୍ଲେରେ ବିଲେଇ ଯେମିତି ବସିଛି ଦେଖାଯିବ। ସକାଳ ୭ରୁ ରାତି ଗୋଟାଏ ପର୍ଯ୍ୟନ୍ତ ଏହି ଡିସ୍ପ୍ଲେ ଆକ୍ଟିଭ୍ ରହୁଛି। ସକାଳୁ ଉଠି ଯିଏ ଦେଖିବ ସେ ଭାବିବ ବିଲେଇଟି ସେମିତି ଏବେ ଏବେ ଏଠି ବସିଛି। ଏହା ଆଜି ଅର୍ଥାତ୍ ସୋମବାର ଲଞ୍ଚ୍ କରାଯାଇଛି। ମାତ୍ର ଏହାର ବିଲ୍ବୋର୍ଡ ଟେଷ୍ଟିଂ କିଛିଦିନ ପୂର୍ବରୁ ଆରମ୍ଭ ହୋଇଥିଲା।
今日の15時半ごろに現地で撮られた映像です。雑踏が思いのほかうるさいので、声の大きさは調整しなきゃ。再生時、音量注意です!⚠️ pic.twitter.com/8OsmcyyVOo
— 新宿東口の猫 (@cross_s_vision) July 5, 2021
ସୋସିିଆଲ ମିଡିଆରେ ଏହି ବିଲେଇର ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ୟୁଜର୍ସମାନେ ବହୁତ ପସନ୍ଦ କରିଛନ୍ତି। କେହି କେହି ଏହି ବିଲେଇକୁ ଖୁବ୍ ସୁନ୍ଦର କହିଥିବା ବେଳେ ଆଉ କେହି ପେଣ୍ଟିଂ କରିଥିବା କମ୍ପାନୀର ପ୍ରଶଂସା କରିଛନ୍ତି।
କମ୍ପାନୀର କହିବା ଅନୁଯାୟୀ, କରୋନା ମହାମାରୀରେ ଅନେକ ଲୋକ ମୃତାହତ ହୋଇଛନ୍ତି। ଲୋକଙ୍କୁ ଟିକେ ଖୁସି କରିବା ପାଇଁ ଏପରି ତିଆରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ବିଲେଇର ନାମ କିଛି ଦିଆଯାଇନାହିଁ।