ନେଦରଲାଣ୍ଡ-ଡେନମାର୍କର ବଡ ନିଷ୍ପତ୍ତି, ୟୁକ୍ରେନକୁ ଦେବେ ଏଫ-୧୬ ଯୁଦ୍ଧ ବିମାନ…

କିଭ,୨୧।୮ : ନେଦରଲାଣ୍ଡ ଏବଂ ଡେନମାର୍କ ୟୁକ୍ରେନକୁ ଏଫ-୧୬ ଯୁଦ୍ଧ ବିମାନ ଯୋଗାଇବେ। ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଏହା ବିଷୟରେ କହିଛନ୍ତି। ଏହାପୂର୍ବରୁ ରୁଟ ନେଦରଲାଣ୍ଡର ବିମାନବନ୍ଦରରେ ଜେଲେନସ୍କିଙ୍କୁ ଭେଟିଥିଲେ।

କିଛି ସର୍ତ୍ତ ପୂରଣ ହେବା ପରେ ବିମାନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ନେଦରଲାଣ୍ଡ ଏବଂ ଡେନମାର୍କ କହିଛନ୍ତି ଆମେରିକାର ନିର୍ମିତ ଏଫ-୧୬ ଯୁଦ୍ଧ ବିମାନକୁ ୟୁକ୍ରେନକୁ ହସ୍ତାନ୍ତର କରିବାକୁ ଆମେରିକା ସେମାନଙ୍କୁ ଅନୁମତି ଦେଇଛି।

Share