ମଦକୁ ନେଇ ବଡ଼ ଖବର, ଆହୁରି ଏତେ ମଦ ଦୋକାନ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କଲେ ସରକାର

ଭୁବନେଶ୍ୱର, ୨୮।୬: କିଛିଦିନ ପୂର୍ବରୁ ଓଡ଼ିଶାରେ ମଦ ବ୍ୟାନ ହେବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ। କହିବାର ୧୨ଘଣ୍ଟା ନ ଜାଉଣୁ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଏପରି ଯୋଜନା ନ ଥିବା କହି ଖଣ୍ଡନ କରିଥିଲେ।

ରାଜ୍ୟର ନୂଆ ସରକାର ମଦ ବନ୍ଦ ପାଇଁ ସ୍ବପ୍ନ ଦେଖୁଛନ୍ତି । ସେହିପରି ଚଳିତ ନିର୍ବାଚନ ପୂର୍ବରୁ ନିଶାମୁକ୍ତ ଓଡ଼ିଶା ପାଇଁ ପ୍ରତିଶ୍ରୁତି ଦେଇଛି ରାଜ୍ୟ ଭାଜପା। ହେଲେ ମଦ ବ୍ୟାନ କରିବ କି ନାହିଁ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରୁ ନାହିଁ। ଏପରି ସ୍ଥିତିରେ କୋରାପୁଟରେ ୮ଟି ଦେଶୀ ମଦ ଦୋକାନ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ଅବକାରୀ ବିଭାଗ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ବାହୀନୀପତି । ତାରା କହିଛନ୍ତି, ଗୋଟିଏ ପଟେ ମଦ ବନ୍ଦ କରିବାକୁ ସରକାର କହୁଛନ୍ତି ଅନ୍ୟପଟେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉଛି । ସରକାରଙ୍କ ଏଭଳି ଦୋମୁହାଁ ନୀତି ଚଳିବ ନାହିଁ ବୋଲି କହିଛନ୍ତି ଜୟପୁର ବିଧାୟକ ।

ସୂଚନାଥାଉ କି, ରାଜ୍ୟରେ ପ୍ରଥମ କରି ଭାଜପା ସରକାର ଗଢ଼ିବା ପରେ ଆସନ୍ତା ଅଗଷ୍ଟ ୧୫ରୁ ଓଡ଼ିଶାରେ ମଦ କାରବାର ନିଷିଦ୍ଧ ହେବ ବୋଲି କିଛିଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅସ୍ବୀକାର କରାଯାଇଥିଲା। ଆଉ ଗୁରୁବାର ଅବକାରୀ ବିଭାଗ ତରଫରୁ ମଧ୍ୟ ମନ୍ତ୍ରୀଙ୍କ ବୟାନକୁ ଖଣ୍ଡନ କରାଯାଇଛି। ତେବେ ରାତିରେ ମଦ ବ୍ୟାନ ନେଇ ମନ୍ତ୍ରୀଙ୍କ ବୟାନ ଓ ସକାଳୁ ତାହାକୁ ବିଭାଗ ଦ୍ୱାରା ଖଣ୍ଡନ କରିବା କାହା ମଧ୍ୟରେ ତାଳମେଳ ରହୁନାହିଁ।

ସୂଚନାଥାଉ କି, ମଦ ବ୍ୟବସାୟରୁ ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ବ ସଂଗ୍ରହ କରୁଛନ୍ତି।
ହେଲେ ବିଭାଗ ଯଦି ମଦ ବନ୍ଦ କରିବ ତେବେ ରାଜସ୍ବହାନୀର ଆଶଙ୍କା ରହିଛି। କାରଣ ମଦ ବିକ୍ରିରୁ ୨୦୨୪-୨୫ରେ ୧୦ ହଜାର କୋଟି ଟଙ୍କା ସରକାର ପାଇଥିବା ଜଣାପଡ଼ିଛି।
ସେହିପରି ୨୦୨୩-୨୪ ବର୍ଷରେ ଅଗଷ୍ଟ ମାସ ସୁଦ୍ଧା ୨ ହଜାର ୬୫୫ କୋଟି ରାଜସ୍ବ ଆଦାୟ ହୋଇଥିଲା। ୨୦୨୨-୨୩ରେ ୬ ହଜାର ୪୫୫ କୋଟି, ୨୦୨୧-୨୨ରେ ୫ ହଜାର ୫୨୯ କୋଟିଏବଂ ୨୦୨୦-୨୧ରେ ରାଜସ୍ବ ଆଦାୟ ହୋଇଥିଲା ୪ ହଜାର ୫୩ କୋଟି। କୋଭିଡ-୧୯ ମହାମାରୀ ବାଦ ବି ମଦ ଦ୍ୱାରା ସରକାରଙ୍କ ରାଜସ୍ବ ସଂଗ୍ରହରେ କୌଣସି କ୍ଷତି ହୋଇ ନ ଥିଲା। ୨୦୧୨-୧୩ରେ ୧ଲକ୍ଷ ୩୭ହଜାର ୯୯୧ ଟଙ୍କା ରାଜସ୍ୟ ସଂଗ୍ରହ ହୋଇଥିଲା। କିନ୍ତୁ ୨୦୨୨-୨୩ରେ ତାହା ବଢି ୬ହଜାର ୪୫୫କୋଟିରେ ପଡଞ୍ଚିଥିଲା। ଯାହା ରାଜସ୍ୟ ସଂଗ୍ରହର ୩୬୭ଶତକଡା।

ସର୍ବାଧିକ ରାଜସ୍ୟ ଭାରତ ନିର୍ମିତ ବିଦେଶୀ ମଦ(IMFL) ଓ ବିୟରରେ ଅଧିକ ଟିକସ ଲଗାଇବା ଦ୍ୱାରା ଆସିଥାଏ। ରାଜ୍ୟରେ ୧୯ ଶହ ୨୮ଟି କିସମର ମଦ ଦୋକାନ ରହିଛି। ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନ ମଧ୍ୟରେ ଠିପି ବନ୍ଦ ମଦ ଦୋକାନ ୧୧୬୩, ଠିପି ଖୋଲା ମଦ ଦୋକାନ ୭୦୨, ଠିପି ଖୋଲା କ୍ଲବ ୧୯, ବିୟର ପାର୍ଲର ୫୬ ଏବଂ ୩୬ ମିଲିଟାରୀ କ୍ୟାଣ୍ଟିନ ରହିଛି ।

Share