ଦୁଇ-ତିନି ବର୍ଷରେ ପିଲା ହେବ, ଏବେ ମୁଁ ନାଁ ବାଛୁଛି: ରଣବୀର ସିଂହ

ବମ୍ବେ: ଫ୍ୟାଶନ ହେଉ ଅବା ଅଭିନୟ, ସବୁକିଛିକୁ ନେଇ ଚର୍ଚ୍ଚାରେ ଥାନ୍ତି ବଲିଉଡ୍‌ ଅଭିନେତା ରଣବୀର ସିଂହ। ଏବେ ସେ ନିଜର ପ୍ରଥମ ରିଆଲିଟି ଶୋ’ ହୋଷ୍ଟ କରିବାକୁ ଯାଉଛନ୍ତି, ଯାହାର ନାଁ ରହିଛି ‘ଦ ବିଗ୍‌ ପିକ୍ଚର’। ଅକ୍ଟୋବର ୧୬, ଶନିବାରଠାରୁ କଲର୍ସ ଚ୍ୟାନେଲରେ ଏହା ପ୍ରସାରିତ ହେବ। ଶୋ’ରେ ରଣବୀର ପ୍ରତିଯୋଗୀଙ୍କୁ ବିଭିନ୍ନ ପ୍ରଶ୍ନ କରିବେ। ଏଥିସହ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ କଥା ବାଣ୍ଟୁଥିବା ଦେଖିବାକୁ ମିଳିବ।

ଉତ୍ତରପ୍ରଦେଶ ଗୋରଖପୁରର ଅଭୟ ସିଂହ ରଣବୀରଙ୍କ ଶୋ’ର ପ୍ରଥମ ପ୍ରତିଯୋଗୀ ହେବେ। ତାଙ୍କ ସହ କଥାବାର୍ତ୍ତାରେ ରଣବୀର ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ଆମର ବି ଛୁଆ ହେବ। ଆପଣଙ୍କ ଭାଉଜ ପିଲାଦିନେ ବହୁତ କ୍ୟୁଟ୍‌ ଶିଶୁ ଥିଲେ, ମୋତେ ସେଭଳି ଛୁଆ ଦେଇଦେଲେ ଜୀବନ ସାର୍ଥକ ହୋଇଯିବ। ଛୁଆଙ୍କ ନାମ ଏବେ ସେ ଶର୍ଟଲିଷ୍ଟ କରୁଥିବା ମଧ୍ୟ କହିଛନ୍ତି।
ତେବେ ଶୋ’କୁ ନେଇ ପ୍ରଥମେ ନର୍ଭସ ଥିଲେ ରଣବୀର। ହେଲେ ଦୀପିକା ହାତ ଲେଖା ବାର୍ତ୍ତା ସହ ତାଙ୍କୁ ଫୁଲ ପଠାଇଥିଲେ। ତୁମକୁ ଶେଷରେ ମିଳିଯାଇଛି। ଅଲ୍‌ ଦ ବେଷ୍ଟ ଲିଟଲ୍‌ ଓ୍ବାନ୍‌। ମୁଁ ତୁମକୁ ଭଲପାଏ ବୋଲି ଦୀପିକା ଲେଖିଛନ୍ତି। ଏହା ଦେଖି ରଣବୀର ଶାନ୍ତ ପଡ଼ି ଯାଇଥିବା ଇନ୍‌ଷ୍ଟା ଷ୍ଟୋରୀରେ ଅଭିନେତା ଶେୟାର କରିଛନ୍ତି।

Share