ପାକିସ୍ତାନକୁ ମାଳଦ୍ୱୀପର ବଡ଼ ଝଟ୍‌କା

ମାଲେ,୧୦ା୧୨: ପାକିସ୍ତାନକୁ ମାଳଦ୍ୱୀପ ଏକ ବଡ଼ ଝଟ୍‌କା ଦେଇଛି। କାଶ ସିରପ୍‌ ଏବଂ ଔଷଧ ଅପମିଶ୍ରଣ ଖବର ପାଇବା ପରେ ମାଳଦ୍ୱୀପ ପାକିସ୍ତାନ ସରକାରଙ୍କ ସହ ହୋଇଥିବା ଚୁକ୍ତିନାମାକୁ ରଦ୍ଦ କରିଦେଇଛି। ମାଳଦ୍ୱୀପରୁ ସୂଚନା ପାଇବା ପରେ ପାକିସ୍ତାନର ଡ୍ରଗ୍‌ ରେଗୁଲେଟୋରୀ ଅଥରିଟି କମ୍ପାନୀର ସିରପ ବିଭାଗକୁ ସିଲ୍‌ କରିଛି। ବର୍ତ୍ତମାନ ନମୁନାଗୁଡିକ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି।

ମାଳଦ୍ୱୀପରୁ ସୂଚନା ପାଇବା ପରେ ପାକିସ୍ତାନର ଡ୍ରଗ୍‌ ରେଗୁଲେଟୋରୀ ଅଥରିଟି କମ୍ପାନୀର ସିରପ ବିଭାଗକୁ ସିଲ୍‌ କରିଛି। ଏହା କୁହାଯାଉଛି, ସିରପ୍‌ରେ ବ୍ୟବହୃତ ପଦାର୍ଥରେ ହାଇଡ୍ରୋଲିକ ବ୍ରେକ୍‌ ଫ୍ଲୁଇଡ, ଷ୍ଟାମ୍ପ୍‌ ପ୍ୟାଡ ଇଙ୍କ୍‌, ପେଣ୍ଟ, ପ୍ଲାଷ୍ଟିକ ଅନ୍ତର୍ଭୁକ୍ତ।

Share