ସ୍କୁଲ ଖୋଲିବାକୁ ନେଇ ଆସିଲା ବଡ଼ ଅପଡେଟ୍‌, ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୧୭।୬(ଅସମାପିକା ସାହୁ): ଆସନ୍ତାକାଲି ସରୁଛି ଖରାଛୁଟି। ଏହାରି ମଧ୍ୟରେ ସ୍କୁଲ ଖୋଲିବାକୁ ନେଇ ବଡ଼ ଅପଡେଟ୍‌ ଆସିଛି। ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲାପାଳମାନେ ସ୍କୁଲ ଛୁଟି ନିଷ୍ପତ୍ତି ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିର୍ଦ୍ଦେଶ ଅନୁଯାୟୀ ଜିଲାପାଳମାନେ ନିଜ ନିଜ ଜିଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ।ଏହି ନିର୍ଦେଶ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

Share