Categories: ଜାତୀୟ

ଚାରା ଦୁନୀତିର ଡୋରଣ୍ଡା ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ

ରାଞ୍ଚି,୧୫।୨: ଦେଶର ବହୁ ଚର୍ଚ୍ଚିତ ଚୋରା ଦୁର୍ନୀତିର ଡୋରଣ୍ଡା ମାମଲାରେ ରାଷ୍ଟୀୟ ଜନାତା ଦଳ(ଆରଜେଡି)ର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ମଙ୍ଗଳବାର ରାଞ୍ଚି ସ୍ଥିତ ସିବିଆଇର ସ୍ବତନ୍ତ୍ର କୋର୍ଟ ଲାଲୁଙ୍କ ଦୋଷୀ ସାବ୍ୟସ୍ତ କରିଛନ୍ତି। ରାଞ୍ଚିର ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୩୫କୋଟି ଟଙ୍କା ବେଆଇନ ଭାବେ ପ୍ରତ୍ୟାହାର କରାଯିବା ସହ ଜଡିତ ପଞ୍ଚମ ତଥା ଅନ୍ତିମ ମାମଲାରେ ଲାଲୁ ଯାଦବଙ୍କ ସମେତ ମୋଟ ୯୯ ଅଭିଯୁକ୍ତଙ୍କ ବିରୋଧରେ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଏହି ରାୟ ଶୁଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଦଣ୍ଡାଦେଶ ଘୋଷଣା କରାଯାଇ ନ ଥିବା ବେଳେ ଫେବୃଆରୀ ୨୧ରେ ତାଙ୍କ ଦଣ୍ଡ ଘୋଷଣା କରାଯିବ ବୋଲି ସୂଚନା ରହିଛି। ଯଦି ଦଣ୍ଡାଦେଶ ୩ବର୍ଷରୁ କମ୍‌ ହୁଏ, ତେବେ ଏଠାରୁ ଲାଲୁଙ୍କୁ ଜାମିନ ମିଳିଯାଇପାରେ। ଯଦି ଏଭଳି ନ ହୁଏ ତେବେ ସେ ହାଜତକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ଆମେ ନିମ୍ନ ଅଦାଲତର ଟ୍ରାକ ରେକର୍ଡକୁ ଦେଖିବା, ତେବେ ଲାଲୁ ଯାଦବଙ୍କୁ ଚାରା ଦୁର୍ନୀତି ମାମଲାରେ ୩ ବର୍ଷରୁ ଅଧିକ ଦଣ୍ଡିତ କରାଯାଇଛ। ଅପରପକ୍ଷେ ଏହି ମାମଲାରେ କୋର୍ଟ ଅନ୍ୟ ୨୪ଜଣଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଥିବା ବେଳେ ୩୬ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୂଚନା ମୁତାବକ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଚାରା ଦୁର୍ନୀତିର ସବୁଠାରୁ ବଡ଼ ମାମଲା।

Share