Categories: ଫୁରସତ

ସବୁଠୁ ବଡ଼ କସ୍‌ମିକ୍‌ ଏକ୍ସପ୍ଲୋଜନ

ଓ୍ବାଶିଂଟନ୍‌: ମହାକାଶରେ ବର୍ତ୍ତମାନର ସବୁଠୁ ବଡ଼ କସ୍‌ମିକ୍‌ ଏକ୍ସପ୍ଲୋଜନ୍‌ (ତାରକା ମଧ୍ୟରେ ଧକ୍କା ହୋଇ ଘଟୁଥିବା ବିସ୍ଫୋରଣ) ହୋଇଥିବା ଜ୍ୟୋତିର୍ବିଜ୍ଞାନୀଙ୍କ ପକ୍ଷରୁ କୁହାଯାଇଛି। ପୃଥିବୀଠାରୁ ୮ ବିଲିୟନ୍‌ ଆଲୋକ ବର୍ଷ ଦୂରରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ସୁପରନୋଭା (ତାରକାର ଜୀବନକାଳ ଶେଷ ହେବା ସମୟରେ ଏକ ଉଜ୍ଜ୍ୱଳ ବିସ୍ଫୋରଣ ଘଟେ)ରୁ ଉତ୍ପନ୍ନ ଆଲୋକଠୁ ୧୦ ଗୁଣା ଉଜ୍ଜ୍ୱଳ ହେଉଛି କସ୍‌ମିକ୍‌ ଏକ୍ସପ୍ଲୋଜନ୍‌ର ନିସୃତ ଆଲୋକ।
୨୦୨୦ରେ କାଲିଫର୍ନିଆର ଓ୍ବିକି ଟ୍ରାନ୍‌ଜିଏଣ୍ଟ ଫାସିଲିଟି ପକ୍ଷରୁ ସବୁଠୁ ବୃହତ କସ୍‌ମିକ୍‌ ଏକ୍ସପ୍ଲୋଜନ ଏଟି୨୦୨୧ଏଲ୍‌ଡବ୍ଲ୍ୟୁଏକ୍ସ ଚିହ୍ନଟ କରାଯାଇଥିଲା। ଏହି ଏକ୍ସପ୍ଲୋଜନ୍‌ର ରାତିର ଘମାଘୋଟ ଆକାଶ କିଛି କ୍ଷଣ ପାଇଁ ଆଲୋକିତ ହୋଇଯାଏ। ସଦ୍ୟ କସ୍‌ମିକ୍‌ ଏକ୍ସପ୍ଲୋଜନ୍‌ ଏତେ ବଡ଼ ଥିଲା ଯେ, ଏହାକୁ ଜ୍ୟୋତିର୍ବିଜ୍ଞାନୀମାନେ ସହଜରେ ବିଶ୍ୱାସ କରିପାରି ନ ଥିବା ସାଉଥମ୍ପଟନ୍‌ ୟୁନିଭର୍ସିଟିର ଜ୍ୟୋତିର୍ବିଜ୍ଞାନୀ ଡ. ଫିଲିପ ଓ୍ବାଇଜ୍‌ମ୍ୟାନ୍‌ କହିଛନ୍ତି। ବିସ୍ଫୋରଣର ଫାୟାରବଲ୍‌ଗୁଡ଼ିକର ଆକାଣ ସୌରମଣ୍ଡଳର ୧୦୦ଗୁଣା ବଡ଼ ଓ ସୂର୍ଯ୍ୟଙ୍କଠୁ ଅଧିକ ଉଜ୍ଜ୍ୱଳ ଥିଲା।

Share