Categories: ଜାତୀୟ

ସବୁଠୁ ବଡ଼ ଇଡିଏଟ୍‌ ହେଉଛି ଇଡି: ଅଧୀର ରଞ୍ଜନ

କୋଲକାତା,୭।୧: ପଶ୍ଚିମବଙ୍ଗରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ତୃଣମୂଳ କଂଗ୍ରେସ (ଟିଏମସି) ବିରୋଧୀ ଦଳକୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଇଡି ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ଇଡିକୁ ସବୁଠୁ ବଡ଼ ଇଡିଏଟ୍‌ ବୋଲି କହିଛନ୍ତି।
ଇଡି ଟିମ୍‌ ଉପରେ ଆକ୍ରମଣ ପରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଇଡି ପକ୍ଷରୁ ଲୁକଆଉଟ ସର୍କୁଲାର ଜାରି କରିଯାଇଥିଲା। ଅଧୀର ରଞ୍ଜନ ଚୌଧୁରୀଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କହିଥିଲେ, ଇଡି କଣ କରିବ? ଇଡି ହେଉଛି ସବୁଠୁ ବଡ଼ ଇଡିଏଟ୍‌। ଆଶା ବଙ୍ଗଳା ସରକାର ଏନେଇ କିଛି କାର୍ଯ୍ୟନୁଷ୍ଠାନ ନେବେ।
ଏଥି ସହିତ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ମୁଖ୍ୟ ଅଭିଯୁକ୍ତ ତଥା ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶାହାଜାହାନ ଶେଖଙ୍କୁ ତୁରନ୍ତ ଗିରଫ କରିବା ସହ ଆତଙ୍କବାଦୀଙ୍କ ସହ ହୋଇଥିବା ଲିଙ୍କ ସମ୍ପର୍କରେ ଅନୁସନ୍ଧାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share