Categories: ଫୁରସତ

ସବୁଠୁ ବଡ଼ ସୁଇମିଂପୁଲ୍‌

ସାଣ୍ଟିଆଗୋ: ଯେଉଁମାନେ ନଦୀ ଏବଂ ସମୁଦ୍ରରେ ଗାଧୋଇବାକୁ ଡରନ୍ତି, ସେମାନେ ସୁଇମିଂପୁଲ୍‌ରେ ତାଙ୍କର ଏହି ଇଚ୍ଛା ପୂରଣ କରନ୍ତି। ବର୍ତ୍ତମାନ ପ୍ରାୟ ସମସ୍ତ ରିସର୍ଟରେ ସୁଇମିଂପୁଲ୍‌ର ବ୍ୟବସ୍ଥା ରହିଛି। ଏହା ଛୋଟ ଏବଂ ବେଶି ଗଭୀର ହୋଇ ନ ଥିବାରୁ ଅତ୍ୟନ୍ତ ସୁରକ୍ଷିତ ହୋଇଥାଏ। ହେଲେ ଦୁନିଆରେ ଏପରି ଏକ ସୁଇମିଂପୁଲ୍‌ ଅଛି, ଯାହା ସବୁଠାରୁ ବଡ଼। ଏହା ୧ କି.ମି. ପର୍ଯ୍ୟନ୍ତ ବ୍ୟାପିଛି। ଚିଲିର ଆଲ୍‌ଗାରୋବୋ ସହରରେ ଏହି ସୁଇମିଂପୁଲ୍‌ ରହିଛି। ସେଠାରେ ଅବସ୍ଥିତ ସାନ୍‌ ଅନ୍‌ଫନ୍‌ସୋ ଡେଲ୍‌ ମାର୍‌ ନାମକ ଏକ ରିସର୍ଟ ପ୍ରସିଦ୍ଧ। ତେବେ ରିସର୍ଟଠାରୁ ସୁଇମିଂପୁଲ୍‌ ଅଧିକ ପ୍ରସିଦ୍ଧ। ଏହା ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇସାରିଛି। ରିପୋର୍ଟ ମୁତାବକ ଏହି ସୁଇମିଂପୁଲ୍‌ ୧ କି.ମି.ଠାରୁ ଅଧିକ ବଡ଼। ଯାହାକି ପ୍ରାୟ ୧୬ ଫୁଟବଲ୍‌ ପଡ଼ିଆ ସହ ସମାନ ହେବ। ଏହା ୧୧୫ ଫୁଟ୍‌ ଗଭୀର। ଏଥିରେ ୨୫୦ ମିଲିୟନ୍‌ ଲିଟର ଶୁଦ୍ଧ ସମୁଦ୍ର ପାଣି ରହିଛି। ଏହି ପାଣିକୁ ଛଣା ଯାଇ ଶୁଦ୍ଧ କରାଯାଇଥାଏ। ୨୦୦୬ରେ ସୁଇମିଂପୁଲ୍‌ ତିଆରି ପାଇଁ ୧୬ ହଜାର କୋଟି ଅର୍ଥ ବ୍ୟୟ କରାଯାଇଥିଲା। କେବଳ ସେହି ରିସର୍ଟରେ ରହିବା ଲୋକେ ହିଁ ଏହାର ମଜା ନେଇ ପାରିବେ।

Share