ଭୁବନେଶ୍ବର,୧୮।୧୧(ବ୍ୟୁରୋ): ସ୍ବାସ୍ଥ୍ୟ କ୍ଷେତ୍ରକୁ ସୃଦୁଢ କରିବାକୁ ରାଜ୍ୟ ସରକାର ରାଜ୍ୟରେ ସ୍ମାର୍ଟ ହେଲ୍ଥ କାର୍ଡର ଶୁଭାରମ୍ଭ କରିଛନ୍ତି। ଅନେକ ଜିଲାରେ ଲୋକଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବିତରଣ ଜାରି ରହିଛି। ତେବେ ଗୁରୁବାର କେନ୍ଦୁଝରରେ ଭର୍ଚୁଆଲ ମାଧ୍ୟମରେ ବିଜୁ ସ୍ମାର୍ଟ ହେଲଥ୍ କାର୍ଡ ଶୁଭାରମ୍ଭ ହେବା ନେଇ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।
ରାଜ୍ୟ ସରକାରଙ୍କ ଦ୍ବାରା ଏହି ସ୍ମାର୍ଟ କାର୍ଡ ଲୋକଙ୍କୁ ସ୍ମାର୍ଟ ସହାୟତା ପ୍ରଦାନ କରିବ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ସ୍ମାର୍ଟ ହେଲ୍ଥ କାର୍ଡ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ବିଶେଷ କରି ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହୟତା ଦେବ । ଏହା ପୂର୍ବରୁ ଝାରସୁଗୁଡା, ମୟୂରଭଞ୍ଜ, ଗଜପତି, ସୁନ୍ଦରଗଡ, ମାଲକାନଗିରି, କଳାହାଣ୍ଡି, ନୂଆପଡା, ଦେବଗଡ ଓ ବରଗଡ ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ବିତରଣ ସରିଛି । ସରକାର ରାଜ୍ୟରେ ସାଢେ ୩ କୋଟି ଲୋକଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ଦେବାକୁ ଲକ୍ଷ୍ୟ ରଖିଛନ୍ତି ।