ଡମ୍ଫର ସହିତ ବାଇକ ମୁହାଁମୁହିଁ ଧକ୍କା

ବାଲେଶର ଅଫିସ ୭/୧- ବାଲେଶ୍ବର ଜିଲାର ୫୭ ତମ ରାଜ୍ୟ ରାଜପଥର ଜଳେଶ୍ୱର – ଚନ୍ଦନେଶର ମୁଖ୍ୟରାସ୍ତାର ବାରମାଇଲ ଛକଠାରେ ଗୁରୁବାର ସକାଳୁ ଡମ୍ଫର ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକ ଆରୋହୀ ଜଣକ ଗୁରୁତର ହେଇ ଜଳେଶରପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ବାରମାଇଲ ଛକ ଠାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ କମର୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ବୁଝାସୁଝା କରୁଥିବା ଜଣାପଡ଼ିଛି । ଏଠାରେ ଏକ ହମ୍ପସ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।