ପ୍ରୀତିପୁର,୮ା୩(ଡି.ଏନ୍.ଏ.): ବୁଧବାର ସାଙ୍ଗମାନଙ୍କ ସହ ମିଶି ହୋଲି ଖେଳିବା ନିମନ୍ତେ ବାଇକ୍ ଯୋଗେ ଯାଉଥିବା ସମୟରେ ଗଛରେ ପିଟି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି।
ସୂଚନାଯୋଗ୍ୟ, ଆଜି ହୋଲି ଖେଳିବା ପାଇଁ ୩ ଯୁବକ ସାଥି ହୋଇ ଏକ ବାଇକ୍ରେ ଯାଉଥିବା ବେଳେ ଅଳକୁଣ୍ଡ-କପିଳା ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଥିଲେ। ଫଳରେ ବିଞ୍ଝାରପୁର ବ୍ଲକ ଅଧିନସ୍ଥ ପ୍ରୀତିପୁର ଗ୍ରାମର ଚନ୍ଦନ ଦାସ(୨୮)ଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।