ସ୍କୁଟିକୁ ସାମ୍ନାପଟୁ ଧକ୍କାଦେଲା ବାଇକ୍‌, ୪ ଗୁରୁତର

ପାଟଣା,୧୦ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ହନୁମାନ ଛକ ନିକଟରେ ଗୁରୁବାର ଅପରାହ୍ନରେ ଏକ ବାଇକ୍‌ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ୩ଜଣ ଓ ସ୍କୁଟିରେ ଥିବା ଜଣେ ଗୁରୁତର ହୋଇଛନ୍ତି। ବାଇକ୍‌ରେ ଥିବା ୩ ଜଣ ହେଉଛନ୍ତି ପାଟଣା ବ୍ଲକ ଚାକୁଣ୍ଡାପାଳ ଗ୍ରାମର ଦମୟନ୍ତୀ ମୁଣ୍ଡା,(୧୭) ସ୍ବାମ ମୁଣ୍ଡା ସାହିର ଚୈତନ୍ୟ ମୁଣ୍ଡା (୨୦), ପାଣିଗ୍ରାହୀ ମୁଣ୍ଡା (୨୦)ଓ ଖୁଣ୍ଡାପଡ଼ା ଗ୍ରାମର କେଦାର ନାଥ ମହନ୍ତ(୨୫)। କେଦାର ନାଥଙ୍କୁ କେନ୍ଦୁଝର ରେଫର କରାଯାଇଥିବାବେଳେ ଅନ୍ୟ ୩ଜଣଙ୍କୁ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ହସ୍ତାନ୍ତର କରାଯାଇଛି।

Share