ବରଗଡ଼ ଅଫିସ, ୨୦।୨: ବରଗଡ଼ ଜିଲା ଅମ୍ବାଭୋନା ଥାନା କଣ୍ଠିପାଲି ମୁଖ୍ୟ ରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ କାର୍ (ନଂ.ଓଆର୧୭ଜେ/୫୪୨୪) ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅମ୍ବାଭୋନା ଥାନା ଭୁକ୍ତା ନିବାସୀ ସୁଦର୍ଶନ ପାତିକାର(୪୭)। କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ସହ ସମ୍ପର୍କିୟ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ଦୁର୍ଘଟଣା ଘଟାଇଥିବା କାର୍ ମାଲିକ ତଥା ପୂର୍ତ୍ତ ବିଭାଗ ଯନ୍ତ୍ରୀ ଗଜେନ୍ଦ୍ର ବେହେରା କ୍ଷତିପୂରଣ ଦେବାକୁ ରାଜି ହେବା ପରେ ରାସ୍ତାରୋକୋ ହଟିଥିଲା। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ବରଗଡ଼ ନିଆଯାଇଥିଲା।
ପ୍ରକାଶ ଯେ, ସୁଦର୍ଶନ ପଞ୍ଚାୟତରେ ରାଶନ ସାମଗ୍ରୀ ବଣ୍ଟନ କରି ଲୁଦୁପାଲିସ୍ଥିତ ଶ୍ୱଶୁର ଘରକୁ ବାଇକ୍ ଯୋଗେ ଯାଉଥିଲେ । ଏହି ସମୟରେ କଣ୍ଠିପାଲି ନିକଟରେ ଯନ୍ତ୍ରୀ ଗଜେନ୍ଦ୍ରଙ୍କ କାର୍ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସୁଦର୍ଶନଙ୍କ ମୃତ୍ୟୁ ଘଟିଥିଲା।