ବସ୍‌କୁ ଅପେକ୍ଷା କରିଥିଲେ ମହିଳା, ଗୋଡ଼ ଉପରେ ଚଢ଼ିଗଲା ବାଇକ୍‌

ଥୁଆମୂଳ ରାମପୁର,୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସଦର ମହକୁମାସ୍ଥିତ ଜେଏମଏଫ ସି କୋର୍ଟ ନିକଟରେ ମଧ୍ୟାହ୍ନରେ ଏକ ବାଇକ ଦୁର୍ଘଟଣା ଘଟଛି। ଏଥିରେ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପାଳପୁରପଞ୍ଚାୟତସ୍ଥିତ ସୁଣ୍ଡିଯୁବା ଗ୍ରାମର ଯମୁନା ମାଝୀ(୬୦) ଥୁଆମୂଳ ରାମପୁର ସଦରସ୍ଥିତ ଭାଟିପଡ଼ା (ସମାଗୁଡ଼ା) ରେ ଥିବା ତାଙ୍କ ଭଣଜା ଘରକୁ ଯାଇ ନିଜ ଗାଁକୁ ଲକ୍ଷ୍ମୀ ବସ୍‌ରେ ଯିବା ପାଇଁ ଭାଟିପଡ଼ା ପଟୁ ଜେଏମ୍‌ଏଫ୍‌ସି କୋର୍ଟ ଦେଇ କୌଣସି ସାମଗ୍ରୀ କିଣିବାକୁ ଏକ ଗ୍ରୋସରି ଦୋକାନକୁ ଯାଉଥିବା ବେଳେ ଗୁଣୁପୁରଠାରୁ ଗୋପୀନାଥପୁରର ମୁଖ୍ୟ ରାସ୍ତାର ସଂପ୍ରସାରଣ ବା ଉନ୍ନତିକରଣ କରୁଥିବା ପେଟି ଠିକାସଂସ୍ଥାର କର୍ମଚାରୀଙ୍କ OD26D5140 ନମ୍ବର ବିଶିଷ୍ଟ ଗାଡ଼ି ଉକ୍ତ ଯମୁନାଙ୍କୁ ଧକ୍କା ଦେଇ ତାଙ୍କ ଡାହାଣ ଗୋଡ଼ରେ ମାଡ଼ି ଯାଇଥିଲା। ଫଳରେ ତାଙ୍କ ଡ଼ାହାଣ ଗୋଡ଼ ଭାଙ୍ଗି ଯାଇଛି। ପାଖରେ ଥିବା କିଛି ଯୁବକ ସାଙ୍ଗେ ସଙ୍ଗ ଉକ୍ତ ମହିଳାଙ୍କୁ ଏକ ଅଟୋ ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ପରେ ଡାକ୍ତର ପି.କେ ସାହୁ ପ୍ରାଥମିକ ଚିକିତ୍ସା କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ବର୍ତ୍ତମାନ ବିଧବା ମହିଳାଙ୍କ କେହି ନାହିଁ, ତାଙ୍କ ଦୁଇ ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିସାରିଛି। ଏଣୁ ଉକ୍ତ ଠିକ ସଂସ୍ଥାର ଦୁର୍ଘଟଣାକାରୀ ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ସହ କ୍ଷୟକ୍ଷତି ପ୍ରଦାନ କରିବାକୁ ସମ୍ପର୍କୀୟ ପରିବାର ଲୋକେ ଦାବି କରିଛନ୍ତି।

ପ୍ରକାଶ ଯୋଗ୍ୟ, ଉକ୍ତ ଠିକା ସଂସ୍ଥାର ସହ ସହ ଭାରୀଯାନ ପ୍ରତିଦିନ ଯିବା ଆସିବା କରୁଛି। ହେଲେ ମାର୍କେଟ ଅଞ୍ଚଳରେ ସଠିକ୍‌ ଭାବରେ ପାଣି ସିଞ୍ଚନ କରୁନ ଥିବା ଫଳରେ ଧୂଳିଧୂଆଁରେ ପଥଚାରୀ କିମ୍ବା ଗାଡ଼ି ଚାଳକ ସଠିକ୍‌ ଭାବରେ ରାସ୍ତା ଦେଖି ପାରୁନାହାନ୍ତି। ଏଣୁ ଏଭଳି ଦୁର୍ଘଟଣା ହେଉଛି ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି। ଏପରିକି ଉକ୍ତ ବାଇକ୍‌ ଚାଳକ ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚାଲୁଥିଲେ ବୋଲି ଯାହା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମୁକାବିଲାରେ ମୁମ୍ବାଇକୁ ହରାଇଲା ଆରସିବି: ଶେଷ ଓଭରରେ ଯାଦୁ ଦେଖାଇଲେ କ୍ରୁନାଲ

ମୁମ୍ବାଇ, ୭।୪-ଓ୍ବାଙ୍ଖେଡେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ରୋମାଞ୍ଚକ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ତୀବ୍ର...

ଜୀରାନଦୀରେ ହେବ ଆନ୍ତଃନଦୀ ଜଳାଶୟ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀରେ ଆନିକଟ୍‌ ତଥା ଆନ୍ତଃନଦୀ ଜଳାଶୟ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୋମବାର ରାଜ୍ୟ ସରକାରଙ୍କ...

ଐତିହାସିକ ରେକର୍ଡ ହାସଲ କଲେ ହାର୍ଦ୍ଦିକ ପାଣ୍ଡ୍ୟା: ପ୍ରଥମ ଭାରତୀୟ ଭାବେ କଲେ ଚମତ୍କାର

ମୁମ୍ବାଇ,୮।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। IPL 2025ର ୨୦ତମ...

ଜିଲାସ୍ତରୀୟ ସ୍କାଉଟ୍ସ-ଗାଇଡସ କ୍ୟାମ୍ପୋରି ଉଦଘାଟିତ: ୧୨ଟି ବ୍ଲକର ୫୨୧ ଛାତ୍ରୀଛାତ୍ରଙ୍କ ଯୋଗଦାନ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାସ୍ତରୀୟ ସ୍କାଉଟ୍ସ ଏବଂ ଗାଇଡସ କ୍ୟାମ୍ପୋରିରି ସୋମବାର ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଉଦଘାଟିତ ହୋଇଯାଇଛି । ବରଗଡ଼ ଜିଲା...

ଟି-୨୦ ବିରାଟ କୋହଲିଙ୍କ ବଡ଼ ରେକର୍ଡ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

ମୁମ୍ବାଇ,୭।୪: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସୋମବାର IPL 2025ରେ ଏକ ମ୍ୟାଚ୍‌ରେ ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି।...

ଜନ ଅଭିଯୋଗ ଶୁଣାଣି ଶିବିର: ୫୯ ଅଭିଯୋଗ ପଞ୍ଜୀକୃତ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ...

ସି.ଏମ୍‌ ଟ୍ରଫି ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟନୀ ମ୍ୟାଚରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ବିଜୟୀ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ) – ଓଡ଼ିଶା ସରକାରଙ୍କ କ୍ରୀଡ଼ା, ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର...

ମହିଳାଙ୍କଠାରୁ ଝାମ୍ପିନେଲେ ସୁନାଚେନ

ଗୋପାଳପୁର,୭ା୪(ନବୀନ ରାଜ ଆଚାରୀ): ଗୋପାଳପୁର ଥାନା ଅଞ୍ଚଳରେ ଲୁଟ, ଚୋରି ଓ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ବେଳାଭୂମିରେ ପ୍ରାତଃ ଭ୍ରମଣ ସମୟରେ ମହିଳାଙ୍କ ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image