Categories: ଭଦ୍ରକ

୬ ହଜାର ତଣ୍ଡ ଗଣିଲେ ବାଇକ୍‌ ଚାଳକ

ଭଦ୍ରକ ଅଫିସ, ୪।୩- ବାଇକ୍‌ ଚଲାଉଥିବା ବେଳେ ମୋବାଇଲରେ କଥା ହେବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ଜରିମାନା ଦେବାକୁ ପଡ଼ିଛି। ବୁଧବାର ଭଦ୍ରକ ଜିଲା ବନ୍ତ ଛକ ପୋଲ ତଳେ ଟାଉନ ଥାନା ପୋଲିସ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଗ୍ରାମାଞ୍ଚଳ ଥାନା କଳାହାଣ୍ଡିଆ ଗଁାର ଚନ୍ଦ୍ରକାନ୍ତ ମଲ୍ଲିକ ବିନା ହେଲ୍‌ମେଟରେ ବାଇକ୍‌ ଚଲାଉଥିବା ବେଳେ ବାମପଟେ ମୋବାଇଲରେ କଥା ହେଉଥିବା ପୋଲିସ ନଜରରେ ପଡ଼ିଥିଲା। ପୋଲିସ ତାଙ୍କୁ ଅଟକାଇ ୬ ହଜାର ଟଙ୍କା ଫାଇନ୍‌ ଲଗାଇଥିଲା। ନିୟମ ଉଲ୍ଲଂଘନ ପାଇଁ ୧୮୪(ସି)ରେ ଗାଡ଼ି ଚଲାଇବା ବେଳେ ମୋବାଇଲରେ କଥା ହେବା ଯୋଗୁ ୫ ହଜାର ଓ ୧୯୪(ଡି) ରେ ବିନା ହେଲ୍‌ମେଟରେ ଗାଡ଼ି ଚାଳନା ପାଇଁ ୧ ହଜାର ଟଙ୍କାର ଫାଇନ୍‌ କଟାଯାଇଥିବା ଟାଉନ ଥାନାଧିକାରୀ ଚନ୍ଦନ ଘଡ଼େଇ ସୂଚନା ଦେଇଛନ୍ତି।