Categories: ଫୁରସତ

ମଣିଷ ପିଲା ପରି କାନ୍ଦେ ଏହି ଚଢେଇ; ଯେ କେହି ଭ୍ରମରେ…

ପିଲାଙ୍କ ହସ ଦେଖିଲେ ସମସ୍ତେ ଖୁସି ହୁଅନ୍ତି। କିନ୍ତୁ ସେମାନଙ୍କ କାନ୍ଦ ହୃଦୟକୁ ବିଚଳିତ କରିଦିଏ। ଜାଣନ୍ତି କି ଏମିତି ଏକ ଚଢେଇ ଅଛି ଯେକି ଅବିକଳ ଛୋଟ ପିଲାଙ୍କ ପରି କାନ୍ଦିଥାଏ। ଅର୍ଥାତ୍‌ ସେ ଏମିତି ବୋବାଏ ଲାଗେ ସତେ ଯେମିତି ଏକ ପିଲା କାନ୍ଦୁଛି। ଲାୟରବାର୍ଡ ନାମକ ଏହି ପକ୍ଷୀର ଏଭଳି ସ୍ବର ଶୁଣିଲେ ଯେ କେହି ଭ୍ରମରେ ପଡିଯାଆନ୍ତି। ଆଉ କେଉଁଠି ଏକ ପିଲା କାନ୍ଦୁଛି ବୋଲି ଭାବନ୍ତି। ତେବେ ପ୍ରକୃତ କଥା ହେଉଛି ଶବ୍ଦକୁ ଶୁଣି ମନେ ରଖିବା ଶକ୍ତି ଏହି ପକ୍ଷୀର ଅଛି। ତାସହ ଅବିକଳ ସେହିଭଳି ଶବ୍ଦ କରି ବୋବାଇବାର ବି ଅଜବ କଳା ତା’ର ଅଛି। ନିକଟରେ ସିଡନୀର ତରୋଙ୍ଗ ଚିଡିଆଖାନାରେ ଥିବା ଏକ ଲାୟର ବାର୍ଡ ଏଭଳି ବୋବାଇ ଚର୍ଚ୍ଚାର ବିଷୟ ପାଲଟିଥିଲା। ଚିଡିଆଖାନା କର୍ମକର୍ତ୍ତାଙ୍କ ଅନୁସାରେ ଚଢେଇଟି କିଛିଦିନ ପୂର୍ବେ ଏକ ପିଲା କାନ୍ଦୁଥିବା ଶୁଣିଥିଲା। ତେଣୁ ତାକୁ ମନେ ରଖି ସେ ବି ପିଲାଙ୍କ ପରି ବୋବାଇ କାନ୍ଦିବାକୁ ଲାଗିଲା। ଏହି ଚଢେଇ ଆହୁରି ଅନେକ ପ୍ରକାରର ଶବ୍ଦ ମଧ୍ୟ ବାହାର କରିପାରେ।

Share