ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଗଛରେ ବସିଥିବା ଏକ ପକ୍ଷୀ ତଳେ ଥିବା ଏକ କୀଟକୁ ଲକ୍ଷ୍ୟ କରୁଛି। ଗଛରୁ ଲକ୍ଷ୍ୟକରି ସେ ତାହାକୁ ଖାଇବାକୁ ତଳକୁ ଯାଉଛି। ମାତ୍ର ସେଠାରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳୁଛି। ପକ୍ଷୀଟି ତଳକୁ ଆସିବା ସମୟରେ ବିପଦ ତାକୁ ଜଗିବା ଭଳି ବଡ଼ ସାପଟି ତାକୁ ଖାଇବାକୁ ପାଟି କରି କାମୁଡ଼ି ଧରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।