Posted inଫୁରସତ

ଜଙ୍ଗଲରେ ପକ୍ଷୀ ମୁଖାରେ ବର୍ଷେ

ମୁମ୍ବାଇ: ଦୁନିଆରେ ଏପରି ବୈଜ୍ଞାନିକ ଅଛନ୍ତି, ଯେଉଁମାନେ ତାଙ୍କ ଲକ୍ଷ୍ୟ ପୂରଣ କରିବାକୁ କିଛି ବି କରିଥାନ୍ତି। ଏହାପରେ ତାଙ୍କୁ ସଫଳତା ମଧ୍ୟ ମିଳେ। ତେବେ ନିକଟରେ ଜାପାନର ଜଣେ ବୈଜ୍ଞାନିକ ଏପରି କିଛି କରିଛନ୍ତି, ଯେଉଁଥିପାଇଁ ସେ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ୧ ବର୍ଷ ହେବ ପକ୍ଷୀର ମୁଖା ପିନ୍ଧି ଜଙ୍ଗଲରେ ରହିଛନ୍ତି। ଏହା କରିବା ପଛରେ ତାଙ୍କର ଏକ ଲକ୍ଷ୍ୟ ରହିଛି। ରିପୋର୍ଟ ମୁତାବକ, ୟୁନିଭର୍ସିଟି ଅଫ୍‌ ଟୋକିଓର ଆସୋସିଏଟ ପ୍ରଫେସର ତୋସିଟାକା ସୁଜୁକି ଏକ ପୋଷ୍ଟ ଶେୟାର କରିଛନ୍ତି। ଫଟୋଟି ତାଙ୍କ ସହକର୍ମୀଙ୍କର। ତେବେ ସେ ତାଙ୍କ ମୁହଁରେ ପକ୍ଷୀର ମୁଖା ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋ ନାଗୋନା ପ୍ରିଫେକ୍ଚର ଜଙ୍ଗଲର। ପ୍ରଫେସର ସୁଜୁକି କହିଛନ୍ତି ଯେ ତାଙ୍କ ସାଥୀ ପ୍ରଫେସର ପକ୍ଷୀଙ୍କ ସହିତ ସାଙ୍ଗ ହେବାକୁ ଚାହାନ୍ତି। ସେଥିପାଇଁ ସେ ଜଙ୍ଗଲକୁ ପକ୍ଷୀର ମୁଖା ପିନ୍ଧି ଯାଇଥାନ୍ତି ଏବଂ ପକ୍ଷୀଙ୍କୁ ତାଙ୍କ ପାଖକୁ ଆକର୍ଷିତ କରିଥାନ୍ତି। ସେ ୧ ବର୍ଷ ହେବ ଏପରି ପକ୍ଷୀ ମୁଖା ପିନ୍ଧି ପକ୍ଷୀଙ୍କ ପାଖକୁ ଯାଉଛନ୍ତି। ଏହା ମଧ୍ୟରେ ସେ ଜାଣିଲେ ଯେ ପକ୍ଷୀଙ୍କ ଭିତରେ କିଛି ଏପରି ପ୍ରଜାତିର ଅଛନ୍ତି, ଯେଉଁମାନେ ମଣିଷଙ୍କୁ ଚିହ୍ନି ପାରନ୍ତି। ସେତେବେଳେ ଏକ ଅଲଗା ପ୍ରକାରର ଶବ୍ଦ ବାହାର କରନ୍ତି। ସେଥିପାଇଁ ପ୍ରଫେସର ପକ୍ଷୀର ମୁଖା ପିନ୍ଧି ଜଙ୍ଗଲକୁ ଆସନ୍ତି। ଏପରି କରି ପକ୍ଷୀଙ୍କ ସହିତ ସାଙ୍ଗ ହୋଇ ତାଙ୍କ ଶବ୍ଦକୁ ଅଧ୍ୟୟନ କରିବାକୁ ଚାହାନ୍ତି। ହେଲେ ସେ ଏଥିରେ ସଫଳ ହେଲେନି। ସେ ପକ୍ଷୀଙ୍କ ମୁଖା ପିନ୍ଧି ଯେତେବେଳେ ସେମାନଙ୍କ ପାଖକୁ ଯାଆନ୍ତି, ସେତେବେଳେ ସେମାନେ ତାଙ୍କୁ ଚିହ୍ନି ପାରି ଚିନ୍ତାଜନକ ଶବ୍ଦ ବାହାର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ...

କ୍ୟାନ୍‌ସର ପୀଡ଼ିତଙ୍କୁ ଲୋଡ଼ା ସକାରାତ୍ମକ ସହଯୋଗ

ଆଜି ସାରା ବିଶ୍ୱରେ ରୋଜ ଡେ’ ପାଳନ କରାଯାଉଛି। କ୍ୟାନସରରେ ପୀଡିତ ଲୋକଙ୍କ ଜୀବନରେ ସୁଖ ଆଣିବା ଏବଂ ଜୀବନର ମହତ୍ତ୍ୱ ବୁଝାଇବା ପାଇଁ ପ୍ରତିବର୍ଷ...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri