Categories: ଫୁରସତ

ବିଦ୍ୟୁତ୍‌ତାରରେ ଲାଗିଥିଲା ପକ୍ଷୀ, ଏମିତି ଉଦ୍ଧାର କଲା ହେଲିକପ୍ଟର

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ ମଧ୍ୟରୁ କିଛି ଭିଡିଓ ଚକିତ କରିଦେବା ପରି ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏକ ବିଜୁଳିତାରରେ ପକ୍ଷୀଟିଏ ଫସିଯାଇଛି। ଏହି ପକ୍ଷୀକୁ ବଞ୍ଚାଇବା ପାଇଁ ହେଲିକପ୍ଟରର ବ୍ୟବହାର କରାଯାଇଛି।

ଭିଡିଓଟିରେ ଏକ ସିଗଲ ପକ୍ଷୀ ବିଦ୍ୟୁତ୍‌ତାରରେ ଲାଗିଯାଇଥିବା ଜଣାପଡ଼ିଛି। ଏହାକୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଏକ ହେଲିକପ୍ଟରର ବ୍ୟବହାର କରିଛନ୍ତି। ଜଣେ ବ୍ୟକ୍ତି ହେଲିକପ୍ଟରରେ ଲାଗିଥିବା ଏକ ଷ୍ଟ୍ରକଚର ଉପରେ ବସି ତାରରୁ ପକ୍ଷୀଟିକୁ ବାହାର କରିବା ପାଇଁ ଚେଷ୍ଟା କରୁଛନ୍ତି। ପରେ ବହୁତ ସାବଧାନତାର ସହ ଉଦ୍ଧାରକାରୀ ଟିମ୍‌ର ଏହି ବ୍ୟକ୍ତି ଜଣକ ପକ୍ଷୀଟିକୁ ତାରରୁ ବାହାର କରି ଏକ ବ୍ୟାଗରେ ପୂରାଉଛନ୍ତି। ପରେ ହେଲିକପ୍ଟରଟି ସେଠାରୁ ଚାଲିଯାଉଛି।

ଭିଡିଓଟି ଭାଇରାଲ ହେବା ପରେ ୟୁଜର୍ସମାନେ ଉଦ୍ଧାରକାରୀ ଟିମ୍‌ର କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରିଛନ୍ତି।

Share