ଭୁବନେଶ୍ୱର,୩।୫(ବ୍ୟୁରୋ): ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ତେବେ ମେ’ ୩୧ରେ ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ଓ ଭାଜପା ନିଜ ପ୍ରତିକ୍ରିୟା ରଖିଛନ୍ତି । ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ ଥିବା ବିଜେଡି କହିଥିବା ବେଳେ ଭାଜପା ଅନ୍ତଃକନ୍ଦଳର ଫାଇଦା ନେବୁ ବୋଲି କହିଛି।
ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ବିଜେଡ଼ି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି। ମୁଁ ବ୍ରଜରାଜନଗର ପର୍ଯ୍ୟବେକ୍ଷକ ରହିଥିଲି । ମନ୍ତ୍ରୀ ଭାବେ ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରହିଛି । ସଙ୍ଗଠନ ମଜଭୂତ ରହିଛି । ବିଜେଡି ଭଲ ପ୍ରଦର୍ଶନ କରିବ। ପ୍ରାର୍ଥୀ କିଏ ହେବ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ।
ସେହିପରି ଭାଜପା ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି, ବ୍ରଜରାଜନଗର ଉପନିର୍ବାଚନ ପ୍ରାର୍ଥୀ ଚୟନ ନେଇ ଆଲୋଚନା ଶେଷ ହୋଇଛି । ଦିନେ ଦୁଇ ଦିନ ଭିତରେ ପ୍ରଭାରୀ ଓ ସହ ପ୍ରଭାରୀ ଓଡ଼ିଶା ଆସିବେ । ଆମେ ପାର୍ଲାମେଣ୍ଟାରି ବୋର୍ଡକୁ ପଠାଯିବ। ଯାହା ନିଷ୍ପତ୍ତି ଆସିବ ତାହା ଜଣାଇ ଦିଆଯିବ । ବିଜେଡି ଭିତରେ ଯେଉଁ ଅନ୍ତଃକନ୍ଦଳ ରହିଛି ଏହାର ଫାଇଦା ଭାଜପାକୁ ମିଳିବ।