ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ବାଲେଶ୍ୱରରେ ସ୍ବରୂପ, ତିର୍ତ୍ତୋଲରେ ବିଜୟ ଶଙ୍କର

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତିର୍ତ୍ତୋଲରେ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବାଲେଶ୍ୱର ସଦର ପାଇଁ ସ୍ବରୁପ କୁମାର ଦାସଙ୍କୁ ପ୍ରାର୍ଥୀ କରିଛି।
ଭାଜପା ମଧ୍ୟ ରବିବାର ତା’ର ପ୍ରାର୍ଥୀ ଘୋଷଣା କରିସାରିଛି। ବାଲେଶ୍ୱର ସଦର ପାଇଁ ଭାଜପା ନେତା ମଦନମୋହନ ଦତ୍ତଙ୍କ ପୁଅ ମାନସଙ୍କୁ ପ୍ରାର୍ଥୀ କରିଥିବା ବେଳେ ତିର୍ତ୍ତୋଲ ପାଇଁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି।

ସୂଚନାଯୋଗ୍ୟ, ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ବିୟୋଗ ପରେ ଉକ୍ତ ଆସନ ଖାଲି ପଡ଼ିଥିଲା। ସେହିପରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଷ୍ଣୁ ଦାସଙ୍କ ବିୟୋଗ ପରେ ସେହି ଆସନ ଖାଲି ପଡ଼ିଥିଲା। ତେବେ ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ରେ କୋଭିଡ କଟକଣା ମଧ୍ୟରେ ମତଦାନ ସାବ୍ୟସ୍ତ କରାଯିବ।

Share