ଗଡ଼ ଫେରିପାଇବା ଲକ୍ଷ୍ୟରେ ବିଜେଡି

ରାଇଘର, ୩୦ା୧(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଏବେ ନିର୍ବାଚନୀ ପ୍ରଚାର ଜୋର୍‌ଦାର ଚାଲିଛି। ଗ୍ରାମାଞ୍ଚଳରେ ନେତା ଡେରା ପକାଇ ଲୋକଙ୍କୁ ଏକାଠି କରି ଜୋର୍‌ଦାର ପ୍ରଚାର କରୁଛନ୍ତି। ଉମରକୋଟ ନିର୍ବାଚନମଣ୍ଡଳୀ ମଧ୍ୟରୁ ରାଇଘର ବ୍ଲକର ଚାରି ନମ୍ବର ଜିଲା ପରିଷଦ ଆସନ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ଏଠାରେ ତିନି ଦଳର ପ୍ରଚାର ମଧ୍ୟ ଜୋର୍‌ଦାର ହୋଇଛି। ଏକଦା ବିଜେଡି ଗଡ଼ଭାବେ ପରିଚିତ ଥିବା ଚାରି ନମ୍ବର ଜିଲା ପରିଷଦ ଆସନକୁ ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଦଖଲ କରିଛି।
ରାଇଘର ବ୍ଲକର ଚାରି ନମ୍ବର ଜିଲା ପରିଷଦ ଆସନ ମଧ୍ୟରେ ଗୋନା,କୁମୁଲି, କୁରାବେଡ଼ା,ଟିମନପୁର,ମୁଣ୍ଡିବେଡ଼ା, ହଳଦୀ ଓ ପାରୁଆ ପଞ୍ଚାୟତ ରହିଛି। ଜିଲା ପରିଷଦ ଆସନ ଚଳିତ ଥର ଅନୁସୂଚିତ ଜାତି ନିମନ୍ତେ ସଂରକ୍ଷଣ କରାଯାଇଛି। ଏହି ଆସନ ନିମନ୍ତେ ମୋଟ ୫ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ବିଜେଡିରୁ ଖଗେଶ୍ୱର ହରିଜନ, ଭାଜପାରୁ ନେପାଲ ଘୋରାମି, କଂଗ୍ରେସରୁ ନରସିଂ ହରିଜନ,ବିଏସ୍‌ପି ପକ୍ଷରୁ ପୁଷ୍ପାଞ୍ଜଳି ନାୟକ ଓ ସ୍ବାଧୀନ ପ୍ରାର୍ଥୀଭାବେ ନରସିଂ ବିଭାର ରହିଛନ୍ତି। ପୂର୍ବତନ ବିଧାୟକ ଜଗବନ୍ଧୁ ମାଝି, ପୂର୍ବତନ ଜିଲା ପରିଷଦ ସଭ୍ୟ ପ୍ରଣବ ଭୂୟାଁ ଏଠାରେ ବିଜେଡି ଗଡ ମଜଭୁତ କରିଥିଲେ। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ପ୍ରାର୍ଥୀ ପ୍ରୀତିସ୍ନିଗ୍ଧା ମହାପାତ୍ର ବିଜୟୀ ହୋଇଥିଲେ। ବର୍ତ୍ତମାନ ଭାଜପା ପକ୍ଷରୁ ଏଠାରେ ନେପାଲ ଘୋରାମି ପ୍ରାର୍ଥୀ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଯାଇ ଜୋର୍‌ଦାର ପ୍ରଚାର ଆରମ୍ଭ କରିଛନ୍ତି। ଏହି ଜିଲା ପରିଷଦ ଆସନ ମଧ୍ୟରେ ଆଦିବାସୀ ଅଧ୍ୟୁଷିତ ତଥା ଅନେକ ଦୁର୍ଗମ ଅଞ୍ଚଳ ରହିଛି। ନେଟ୍‌ଓ୍ବର୍କ ନ ଥିବାରୁ ପ୍ରାର୍ଥୀ ସିଧାସଳଖ ଭୋଟରଙ୍କ ନିକଟତର ହେଉଛନ୍ତି। ଭାଜପା ପ୍ରାର୍ଥୀ ଜଙ୍ଗଲ ମଧ୍ୟରେ ଲୋକଙ୍କୁ ନେଇ ପ୍ରଚାର କରୁଛନ୍ତି। ବିଜେଡି ନିଜ ଗଡ଼କୁ ଫେରିପାଇବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ୍‌ ମୁହାଁମୁହିଁ, ଚାଲିଗଲା ଦୁଇ ଜୀବନ 

ନବରଙ୍ଗପୁର,୨୨।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହର ଗ୍ଲେଜ ହୋଟେଲ ସମ୍ମୁଖ ରାସ୍ତାରେ ଦୁର୍ଘଟଣା ଘଟି ୨ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବଡ଼ଡାଇଭଟ୍ଟା ଅଞ୍ଚଳର...

ନିଲମ୍ବିତ ପିଇଓଙ୍କୁ ଉଠାଇନେଲା ଭିଜଲାନ୍ସ, ୩ ପଞ୍ଚାୟତରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି…

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ୩ଟି ପଞ୍ଚାୟତ ତୁରୁଡ଼ିହି, କଚରାପରା -୩ ଓ ପରଚିପାରା ଦାୟିତ୍ୱରେ ଥିବା ପିଇଓ ସୁରେନ୍ଦ୍ର ଭତ୍ରା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ସଡ଼କ ଦୁର୍ଘଟଣା ନେଲା ଦୁଇ ଜୀବନ। ଶନିବାର ବିଳମ୍ବିତ ରାତିରେ ନବରଙ୍ଗପୁର ସହର ନିକଟସ୍ଥ ଗ୍ଲେଜ ନିକଟରେ ଦୁଇ ବାଇକ୍‌ଆରୋହୀ ମୁହାଁମୁହିଁ ଧକ୍କା...

ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ, ମଣ୍ଡିରୁ ଉଠିଲାନି ଧାନ

ଝରିଗାଁ,୧୮ା୧୨(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଝରିଗାଁ ଏବଂ ଚଚା ମଣ୍ଡିରେ ମଧ୍ୟ ଧାନର ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ ଦେଖାଦେଇଛି। କିଛି...

ମୁଖ୍ୟମନ୍ତ୍ରୀଙ୍କ ଆଗରେ ବିଜେଡି ବିଧାୟକ ଦେଲେ ବିବାଦୀୟ ବୟାନ, ଭାଜପା ମହିଳା ମୋର୍ଚ୍ଚାର ବିରୋଧ

ନବରଙ୍ଗପୁର,୧୦।୧୨(ସଦାଶିବ ପ୍ରହରାଜ): ବିଜେଡି ବିଧାୟକଙ୍କ ବିବାଦୀୟ ବୟାନ। କହିଲେ ସବୁ ମହିଳା ମୋ ମୋ ଗର୍ଲଫ୍ରେଣ୍ଡ। ଏଭଳି ବିବାଦୀୟ ବୟାନ ଦେଇଛନ୍ତି ନବରଙ୍ଗପୁର ଜିଲା ଡାବୁଗାଁ...

ଜୀବନ ଯୁଦ୍ଧରେ ହାରିଗଲେ କୃଷ୍ଣ

ଝରିଗାଁ,୯।୧୨(କିଶୋର ଚନ୍ଦ୍ର ମଣ୍ଡଳ) ମକା ମିଲିଂ ବେଳେ ମେଶିନରେ ଡାହାଣ ଗୋଡ଼ ପଶି ଗୁରୁତର ଥିବା ନାବାଳଙ୍କ ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣାରେ ମୃତ୍ୟୁ ହୋଇଛି। ପରିବାର...

ମକା ମିଲିଂ ବେଳେ ଅଘଟଣ: ମେଶିନରେ ଚାପି ହୋଇଗଲା ନାବାଳକଙ୍କ ଗୋଡ଼

ଝରିଗାଁ,୮।୧୨(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କରଲାପଡା ଗ୍ରାମରେ ରବିବାର ଏକ ଅଘଟଣ ଘଟିଛି। ମକା ମିଲିଂ ବେଳେ ଜଣେ ନାବାଳକଙ୍କ ଡାହାଣ...

ବିସ୍ଫୋରକ ଫାଟି ହାତୀ ଶାବକ ମୁହଁରେ ଆଘାତ: ଜୀବନ ସହ ସଂଘର୍ଷ କରି ମୃତ

ରାଇଘର, ୮।୧୨ (କିରଣ କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲା ସୀମାନ୍ତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ପଘାରପାଣି ଜଙ୍ଗଲକୁ ପଶି ଆସିଥିବା ଆହତ ହାତୀ ଶାବକର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri