ଭୁବନେଶ୍ବର,୨୮।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତିର ତୃତୀୟ ଦିନରେ ମଧ୍ୟ ବିଜେଡି ଆଗରେ ରହିଛି। ମୋଟ ୮୪୯ଟି ଜିଲା ପରିଷଦ ଜୋନରେ ଗଣତି ହେଉଥିବା ବେଳେ ୭୬୦ଟି ଭୋଟରେ ଆଗୁଆ ରହିଛି ବିଜେଡି। ପ୍ରଥମ ଦିନ ୩୧୫ଟି ଜିଲା ପରିଷଦ ଜୋନ୍ରେ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ୨୭୨ଟି ସିଟ୍ରେ ଆଗୁଆ ରହିଥିଲା। ସେହିପରି ୨ୟ ଦିନରେ ୬୧୮ଟି ସିଟ୍ରେ ଗଣତି ହୋଇଥିବା ବେଳେ ବିଜେଡି ୫୪୨ଟି ସିଟ୍ରେ ଆଗୁଆ ଥିଲା।