୧୦ ଦିନ ପାଇଁ ବିଜେଡି ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର, ୬।୧୧(ବ୍ୟୁରୋ): ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଅହେତୁକ ଦରବୃଦ୍ଧି ବିରୋଧରେ ବିଜେଡି ଆରମ୍ଭ କରିଥିବା ଆନ୍ଦୋଳନକୁ ୧୦ଦିନ ପାଇଁ ସ୍ଥଗିତ ରଖିଛି। ତୈଳ ଦରରେ ସାମାନ୍ୟ ହ୍ରାସ ପରେ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‌ ଦର ହ୍ରାସ ନ କଲେ ପୁଣି ଆନ୍ଦୋଳନ ଆରମ୍ଭ ହେବ ବୋଲି ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି । ଦଳର ଯୁବ ଓ ଛାତ୍ର ଶାଖା ପକ୍ଷରୁ ଆସନ୍ତା ୩ଦିନ ଯାଏ ଜୋରଦାର ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଇତିମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଯଥାକ୍ରମେ ୫ ଓ ୧୦ ଟଙ୍କା ଏକ୍ସାଇଜ ଟିକସ ହ୍ରାସ କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଉଭୟ ତୈଳ ଉପରୁ ୩ ଟଙ୍କା ଲେଖାଏ ଭାଟ୍‌ କମାଇଛନ୍ତି। ତେବେ ରନ୍ଧନ ଗ୍ୟାସ୍‌ ଦର ୧୦୦୦ ଟଙ୍କା ଛୁଇଁଛି। କେନ୍ଦ୍ର ସରକାର ୧୦ ଦିନ ମଧ୍ୟରେ ଏ ଦିଗରେ ପଦକ୍ଷେପ ନ ହେଲେ ବିଜେଡି ପୁଣି ଆନ୍ଦୋଳନକୁ ଜୋରଦାର କରିବ। ସୂଚନାଯୋଗ୍ୟ, ତୈଳ, ରନ୍ଧନ ଗ୍ୟାସ୍‌ ଓ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବିଭିନ୍ନ ଶାଖା ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯାଇଥିଲା। ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ ଧନୁଯାତ୍ରା ମହୋତ୍ସବ ଉଦଘାଟିତ: ଉଗ୍ରସେନ ଗାଦିଚ୍ୟୁତ, ଚାଲିଲା କଂସ ରାଜୁତି

ବରଗଡ଼, ୩।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟରେ ଉଦଘାଟିତ ହେଇଛି। ବରଗଡ଼ ଲୋକସଭା ସାଂସଦ...

ପ୍ରୋଟକଲ୍‌ ଭାଙ୍ଗିଲେ ମୁଖମନ୍ତ୍ରୀ: ନାନୋ ଚଲାଇଲେ କେଭି ସିଂହଦେ, ପାଖରେ ମୋହନ

ଭୁବନେଶ୍ୱର,୩।୧: କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଶୁକ୍ରବାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ନାନୋ କାରରେ ବସି ବରମୁଣ୍ଡା ପଡିଆରୁ ଲୋକସେବା...

ଜାତୀୟ ଖୋ ଖୋ ଟିମ୍‌ର ପ୍ରଯୋଜକ ହେବେ ଓଡ଼ିଶା ସରକାର

ଭୁବନେଶ୍ୱର, ୩।୧: ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ । ଓଡିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ।...

ସୁଭଦ୍ରାକୁ ନେଇ ବଡ଼ ଖବର, ଏକାଠି ମିଳିବ ୨ଟି କିସ୍ତି

ଭୁବନେଶ୍ୱର,୩।୧: ସୁଭଦ୍ରାକୁ ନେଇ ଆସିଛି ବଡ଼ ଖବର। ‘ସୁଭଦ୍ରା’ ଆବେଦନକୁ ନେଇ ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ଏଣିକି ୨ଟି କିସ୍ତି ଏକାଠି ମିଳିବ। ରାଜ୍ୟ...

ବାଜିଲା କ୍ୟାବିନେଟ୍‌ ମୋହର: ଏଣିକି ୩୫୦୦ ଟଙ୍କା ଭତ୍ତା ପାଇବେ…

ଭୁବନେଶ୍ୱର,୩।୧:ବାଜିଲା ମୋହର। ବଢ଼ିଲା ଭତ୍ତା। ଏଣିକି ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ୮୦%ରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ ୩,୫୦୦ ଟଙ୍କା ଭତ୍ତା ମିଳିବ।...

ବଜେଟ୍ ପାଇଁ ସାଧାରଣ ଲୋକଙ୍କଠାରୁ ପାରମର୍ଶ ମାଗିଲେ ସରକାର, ଦିଅନ୍ତୁ ନିଜର ମତାମତ

ଭୁବନେଶ୍ୱର,୩।୧: ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧ୍ ମାନଙ୍କର ମତାମତ ନେଇ ବିଜେଟ୍‌ର ପୂର୍ବ ପ୍ରସ୍ତୁତି କରିଆସୁଛନ୍ତି । ବିଗତ ବର୍ଷ ମାନଙ୍କରେ ବଜେଟ୍...

ଆଳୁ ଉପରେ ତାଙ୍କର ଅଧିକାର ଅଛି: ଜିନ୍ନତ କ’ଣ ପଶ୍ଚିମବଙ୍ଗ ଆଳୁ? କାହିଁକି ଏମିତି କହିଲେ ମନ୍ତ୍ରୀ

ଭୁବନେଶ୍ୱର,୩।୧: ବାଘୁଣୀ ଜିନ୍ନତ୍‌ ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ କଟାକ୍ଷ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ ଜିନ୍ନତ୍‌କୁ ଫେରାଇବା...

‘ଜିନ୍ନତ’କୁ ଓଡ଼ିଶା ଫେରାଇ ଆଣିବାକୁ ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର,୩।୧: ଓଡ଼ିଶା ଛାଡ଼ି ପ୍ରଥମେ ଝାଡ଼ଖଣ୍ଡ ଓ ପରେ ପଶ୍ଚିମବଙ୍ଗ ପଳାଇଥିବା ମହାବଳ ବାଘୁଣୀ ଜିନ୍ନତ ଶିମିଳିପାଳ ଫେରିଛି। ଯମୁନା ରହୁଥିବା ଏନ୍‌କ୍ଲୋଜର ମଧ୍ୟରେ ବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri