ପାଟଣା,୨୪ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ୨୯ ନମ୍ବର ଜୋନ୍ ତେଣ୍ଡେରା ପଞ୍ଚାୟତ ଭାଣ୍ଡାରୀ ବିଲା ଓ ଖିଲାରୀ ପାଟ ଗାଁରେ ବୁଧବାର ରାତିରୁ ବଡ଼ବିଲରୁ ଆସିଥିବା କେତେକ ଗୁଣ୍ଡା ଭୋଟରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବାଣ୍ଟୁ ଥିବାର ଘଟଣାଟି ସ୍ଥାନୀୟ ଅଞ୍ଚଳ ତଥା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନାନୁଯାୟୀ, ଗାଁ ଲୋକେ ଟଙ୍କା ବାଣ୍ଟୁଥିବା ଲୋକଙ୍କୁ ଧରି ପୋଲିସ ଜିମା ଦେବା ପରେ ପୋଲିସ କୁଆଡ଼େ ଗୁଣ୍ଡାଙ୍କୁ ଗିରଫ କରିବା ପରିବର୍ତ୍ତେ ଖସାଇ ଦେଇଥିବା ଜିଲା ଭାଜପା ସଭାପତି ତଥା ୨୯ ନମ୍ବର ଜିଲା ପରିଷଦ ଜୋନର ଭାଜପା ପ୍ରାର୍ଥୀ ଅଂଶୁମାନ ସବୁଜ ମହାନ୍ତ ବର୍ମା କହିଛନ୍ତି। ଏହାର କେତେକ ଭିଡିଓ ଭାଇରାଲ ହୋଇଛି। ଅନ୍ୟପକ୍ଷରେ ଏନେଇ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ବାଇଁଙ୍କୁ ଏନେଇ ପଚାରିବାରୁ ଏସମ୍ପର୍କରେ ମୁଁ କିଛି ଜାଣି ନାହିଁ ବୋଲି କହିଛନ୍ତି। ବିଜେଡି ଗଣତନ୍ତ୍ରର ହତ୍ୟା କରିଛି। ଏହାର ଉଚିତ ଜବାବ ଭୋଟର ଦେବେ ବୋଲି ଅଂଶୁମାନ କହିଛନ୍ତି।